Img 20250428 wa0168

ଜିଲ୍ଲାସ୍ତରୀୟ କନିଷ୍ଠ ପୁରୁଷ ଆନ୍ତଃକ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୭ମ ଦିନ 

sports
ବାରିପଦା: ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଜିଲ୍ଲାସ୍ତରୀୟ କନିଷ୍ଠ ପୁରୁଷ ( ୧୬ ଓ ୧୯ ବର୍ଷରୁ କମ ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ୭ମ ଦିନର ମ୍ୟାଚରେ ରାଇରଙ୍ଗପୁର କ୍ଲବ ମୟୁରଭଞ୍ଜ ରେଡକୁ ୮ ଉଇକେଟରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ମୟୁରଭଞ୍ଜ ରେଡ ୧୮. ୩ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୫୮ ରନ ସଂଗ୍ରହ କରିପାରଥିଲେ I ଦଳ ପକ୍ଷରୁ ଅଵାସ ସୁଲତାନିଆ ୨୬ ରନ କରିଥିବା ବେଳେ ବିପକ୍ଷ ଦଳର ପ୍ରିୟଙ୍କ ପଟ୍ଟନାୟକ ୪ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ରାଇରଙ୍ଗପୁର କ୍ଲବ ୧୬.୩ ଓଭରରେ ୬୨ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ I ଦଳ ପକ୍ଷରୁ ସୁରାଇ ହେମ୍ବ୍ରମ ୩୩ ରନ କରିଥିଲେ I ପ୍ରିୟଙ୍କ ପଟ୍ଟନାୟକ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଦିଲ୍ଲୀପ ଦାସ ଓ ଅମିତାଭ ପଟ୍ଟନାୟକ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ ମହାରଣା ସ୍କୋରିଂରେ ସହାୟତା କରିଥିଲେ I ପୂର୍ବତନ କ୍ରିକେଟ ଖେଳାଳି ଯୋଗେଶ୍ୱର ପାଲବାବୁ, କ୍ରିକେଟ ସମ୍ପାଦକ ପ୍ରସନ୍ନଜିତ ମହାନ୍ତି, ସହ ସମ୍ପାଦକ ବୈଦ୍ୟନାଥ ରଥ, ଅଶୋକ ପଟ୍ଟନାୟକ ଓ ଅମ୍ବିକା ରାଉତ ପ୍ରମୁଖ ଉପସ୍ଥିତ ରହି ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଆସନ୍ତା କାଲି ରାଇରଙ୍ଗପୁର ଓ ମୟୁରଭଞ୍ଜ ଗ୍ରୀନ ମଧ୍ୟରେ ଅନୁଷ୍ଠିତ ହେବ I ୬ଷ୍ଠ ଦିନ ଖେଳ ବର୍ଷା ପାଇଁ ବାତିଲ କରାଯାଇଥିବାରୁ ବି ସି ଏ ଓ ମୟୁରଭଞ୍ଜ ଗ୍ରୀନ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଥିଲା I