Onn 3

ପାରିବାରିକ କଳହରୁ ନିର୍ମମ ହତ୍ୟା, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

Crime State

ବୌଦ୍ଧ: ପାରିବାରିକ କଳହରୁ ନିର୍ମମ ହତ୍ୟା । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଗଣ୍ଡାପାଜୁ ଗାଁରେ ଅଭାବନୀୟ ଘଟଣା । ମୃତକ ଦୁଲ୍ଲଭା ନାଏକ । ସ୍ତ୍ରୀକୁ ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀ କିଶୋର ନାଏକ ଘଟଣାସ୍ଥଳରୁ ଫେରାର ମାରିଛି ।

ସୂଚନା ଅନୁଯାୟୀ, କିଶୋର ଓ ଦୁଲ୍ଲଭାଙ୍କ ମଧ୍ୟରେ କୌଣସି କଥାକୁ ନେଇ ପ୍ରଥମେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ କିଶୋର ଏକ ଟାଙ୍ଗିଆରେ ଦୁଲ୍ଲଭାଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ଗ୍ରାମବାସୀ କିଶୋରକୁ ଧରିବାକୁ ଉଦ୍ୟମ କରୁଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଚଳାଇଛି ପୁରୁଣା କଟକ ପୋଲିସ୍‌ ।