ବାରିପଦା: ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଓଡ଼ିଶା ରାଜ୍ୟ ପରିଷଦର ଆହ୍ବାନ କ୍ରମେ, ବିଜେପି ସରକାରର ଅପାରଗତା ବିରୁଦ୍ଧରେ ରାଜ୍ୟ ବ୍ୟାପୀ ବିକ୍ଷୋଭ, ପ୍ରତିବାଦର ଅଂଶ ବିଶେଷ ଭାବେ ସିପିଆଇ ସାରସକଣା ଜୋନ୍ ପକ୍ଷରୁ ବିଡ଼ିଓ ସାରସକଣା କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ସାଥୀ ପରମେଶ୍ବର ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଜନଦାଵୀ ସମ୍ବଳିତ ଦାବିପତ୍ର ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଦାବି ଗୁଡ଼ିକ ମଧ୍ୟରେ ବିଦ୍ୟୁତ କାଟ ବନ୍ଦ କରିବା, ସ୍ମାର୍ଟ ମିଟର ଉଚ୍ଛେଦ ସହ ୩୦୦ ୟୁନିଟ ମାଗଣା ବିଦ୍ୟୁତ ଯୋଗାଇବା,ଆୟୂଷମାନ କାର୍ଡ ବଦଳରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଚିକିତ୍ସା ସୁବିଧା ଚଳାଇ ରଖିବା, ଦରଦାମ ବୃଦ୍ଧି ବନ୍ଦ କରିବା, ମାଇକ୍ରୋ ଫାଇନାନ୍ସ ହିତାଧିକାରୀଙ୍କ ଉପରେ ଜୁଲୁମ ବନ୍ଦ କରିବା, ବାର୍ଦ୍ଧକ୍ୟ, ବିଧବା ଭତ୍ତା ମାସିକ ୩୦୦୦ ଟଙ୍କା ପ୍ରଦାନ କରିବା, ସ୍ୱଚ୍ଛ ପିଇବା ପାଣି ପ୍ରତି ପରିବାରକୁ ଯୋଗାଇବା, ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ରେସନ କାର୍ଡ ତୁରନ୍ତ ଯୋଗାଇବା, କୃଷି ରୁଣ ଛାଡ଼ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ।ଏହି ବିକ୍ଷୋଭ ଆନ୍ଦୋଳନରେ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ ସିପିଆଇ ରାଜ୍ଯ ସଂପାଦକ ମଣ୍ଡଳୀ ସଦସ୍ଯ ଡା.ପ୍ରଶାନ୍ତ କୁମାର ମିଶ୍ର ବିଭିନ୍ନ ପ୍ରତିଶୃତି ଦେଇ କ୍ଷମତାକୁ ଆସିଥିବା ଡବଲ ଇଂଜିନ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ଯତମ ସଂପାଦକ ମଣ୍ଡଳୀ ସଦସ୍ଯ ଜୟନ୍ତ ଦାସ ତାଙ୍କ ବକ୍ତବ୍ଯରେ ଉକ୍ତ ଦାବୀକୁ ଯଥାର୍ଥ ବୋଲି ଅଭିହିତ କରି ଡବଲ ଇଂଜିନ ସରକାରଙ୍କ ଡବଲ ଅତ୍ୟାଚାର ବିରୁଦ୍ଧରେ ଉପଳରୋକ୍ତ ଦାବୀନେଇ ଆଗାମୀ ମଇ 20 ସର୍ବଭାରତୀୟ ଧର୍ମ ଘଟକୁ ସଫଳ କରିବାକୁ ଆହ୍ଵାନ ଦେଇଥିଲେ|ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର, ହୃଷିକେଶ ସାହୁ,ନାରାୟଣ ଟୁଡୁ, ପ୍ରତାପ ନାଏକ ପ୍ରମୁଖ ସରକାରଙ୍କର ଜନବିରୋଧୀ ନୀତି ଗୁଡିକୁ କଡ଼ା ସମାଲୋଚନା କରିଥିଲେ। ହାଟ ପଡ଼ିଆରୁ ଶତାଧିକ ଜନଗଣ ଶୋଭାଯାତ୍ରାରେ ଆସି ବିକ୍ଷୋଭ ସ୍ଥଳରେ ପହଞ୍ଚିଥିଲେ। ଏଥିରେ ସର୍ବ ସାଥୀ ରୁପାଏ ମାଝୀ, ଶୁକଦେବ ସିଂ, କମଳିନୀ ରାଜ,ରୁହିଆ ସିଂ,ଝୁନୁ ଧଳ,ଗୁରୁବା ସିଂ, ସାରଥୀ ନାଏକ,ଦାମିନୀ ନାଏକ,ସିନୁ କବାଟ,ସୋମବାରୀ ସିଂ, ଦମୟନ୍ତୀ ନାଏକ, ବଙ୍କିମ ଚନ୍ଦ୍ର ସିଂ,ଶିଖା ମହାକୁଡ଼, ସୁନୀତା ନାଏକ, କମଳିନୀ ବେହେରା,ବିନୁ ନାଏକ, ଜୟନ୍ତି ମୁଣ୍ଡା, ସୁକାନ୍ତି ମୁଣ୍ଡା, ସୁରେନ୍ଦ୍ର ବାରିକ,ନିନି ମୁଣ୍ଡା,ରୁନୁ ମାଣିକ, ସବିତା ପ୍ରଧାନ,ସୋମବାରୀ ବିନ୍ଧାଣି, କଣ୍ଢେଇ ସିଂ,ଦେବେନ୍ଦ୍ର ବେହେରା, ବାସନ୍ତୀ ନାଏକ,ସନା ନାଏକ ପ୍ରମୁଖ ସାଥୀ ମାନେ ସାମିଲଥିଲେ l
