Onn 3

ପାରିବାରିକ କଳହକୁ କେନ୍ଦ୍ରକରି ବିଷପାନ କରି ଯୁବକ ଗୁରୁତର

Crime State

ନିଶ୍ଚିନ୍ତକୋଇଲି : ଭଦ୍ରେଶ୍ୱର ଥାନା ପାଣ୍ଡିଆ ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ଜଣେ ଯୁବକ ବିଷପାନ କରି ଗୁରୁତର ଭାବେ ଅସୁସ୍ଥ ହୋଇପଡିଥିବାର ଅଭିଯୋଗ ହୋଇଛି । ପାଣ୍ଡିଆଗ୍ରାମର ମଦନ ମୋହନ ରାଉଳଙ୍କ ସାନପୁତ୍ର ଧର୍ମେନ୍ଦ୍ର ରାଉଳ ଦୀର୍ଘ ଦିନ ହେଲା ତାଙ୍କର ପତ୍ନୀକୁ ନେଇ ଅନ୍ୟତ୍ର ରହି ଆସୁଥିଲେ । ବହୁ ସମୟରେ ଧର୍ମେନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କଳି ଝଗଡା ହେବା ସହ ଏହାର ଆପୋଷ ବୁଝାମଣାହୋଇଥିଲା ।

ତେବେ ଗତକାଲି ପତି ପତ୍ନୀଙ୍କ ମଧ୍ୟରେ ହୋଇଥିବା ଏହି ଝଗଡା ଉଗ୍ରରୂପ ଧାରଣ କରିଥିଲା । ଏପରିକି ଖବର ପାଇ ଶ୍ୱଶୁର ଘରଲୋକେ ତାଙ୍କ ଘରେ ପହଂଚି ଧର୍ମେନ୍ଦ୍ରକୁ ଅତ୍ୟନ୍ତ ଅମାନୁଷିକ ଭାବେ ଗାଳି ଗୁଲଜ କରିଥିଲେ । ଏଥିରେ ମାନସିକ ସ୍ତରରେ ଆଘାତ ପାଇ ଧର୍ମେନ୍ଦ୍ର ବିଷପାନ କରିଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଊଦବେଗ ଜନକ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

ତାଙ୍କର ଅବସ୍ଥା ଉଦବେଗଜନକ ଥିବାର ଜଣାଯାଇଛି । ଏସମ୍ପର୍କରେ ଧର୍ମେନ୍ଦ୍ର ଙ୍କ ପିତା ମଦନ ମୋହନ ରାଉଳ ଭଦ୍ରେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା କେଶନଂ ୬୦/୨୩ରେ ଏକ ମାମଲା ରୁଜୁ ହୋଇଥିବାର ଆଇଆଇସି ତପନ କୁମାର ନାୟକଙ୍କ ସୂତ୍ରରୁପ୍ରକାଶ ।