Onn 3

ଯୁବତୀର ଆପତି ଜନକ ଭିଡିଓ ମୋବାଇଲରୁ ମୋବାଇଲ ଘୁରିବୁଲୁଛି

Crime State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଦିନକୁ ଦିନ ଯୁବତୀ ଓ ମହିଳାଙ୍କ ଆପତି ଜନକ ଭିଡିଓ ମୋବାଇଲରୁ ମୋବାଇଲ ଘୁରିବୁଲିବା ଘଟଣାଟି ବୁଦ୍ଧିଜୀବୀ ମହଲରେ ନୈରାଶ୍ୟଭାବ ଖେଳାଇ ଦେଇଛି । ଗତ କିଛି ଦିନ ହେଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଅଂଚଳର ଜନୈକା ଯୁବତୀକୁ ସ୍ଥାନୀୟ ଅଂଚଳର ଏକାଧିକ ଯୁବକ କୌଶଳକ୍ରମେ ଏକ ନିକାଂଚନ ସ୍ଥାନକୁ ପ୍ରଲୋଭନ ଦେଖାଇ ନେଇ ଯାଇଥିଲେ । ସମ୍ପୃକ୍ତ କାମାନ୍ଧ ଯୁବକମାନେ ନିଜର କାମନା ବାସନାକୁ ଜଣକ ପରେ ଜଣେ ଚରିତାର୍ଥ କରିଥିଲେ । ସମ୍ପୃକ୍ତା ଯୁବତୀ ଅତି କରୁଣ ଭାବେ ଚିତ୍କାର କରୁଥିଲେ ମଧ୍ୟ କାମାନ୍ଧମାନେ ଏଥିପ୍ରତି ଧ୍ୟାନ ଦେଇନଥିଲେ । ଏପରିକି ଏହି ଯୁବକ ମାନେ ନିଜର କାମନା ବାସନାକୁ ଚରିତାର୍ଥ କରୁଥିଲା ବେଳେ ଯୁବତୀ ଙ୍କ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ମୋବାଇଲ ସାହାଯ୍ୟରେ ଉତୋଳନ କରିବାକୁ ପଛାଇନଥିଲେ ।

ପରବର୍ତୀ ସମୟରେ ଏହି କାମାନ୍ଧମାନେ ଯୁବତୀର ଆପତି ଜନକ ଭିଡିଓକୁ ଅତ୍ୟନ୍ତ ଅମାନୁଷିକ ଭାବେ ଓ ଅମାନବିକ ଭାବେ ସାମାଜିକ ଗଣ ମାଧ୍ୟମରେ ପ୍ରଘଟ କରିବାକୁ ପଛାଇନଥିଲେ । ସମ୍ପତି ଏହି ଯୁବତୀଙ୍କ ଆପତି ଜନକ ଭିଡିଓ ସାମାଜିକ ଗଣ ମାଧ୍ୟମରେ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଥିବାର ଦେଖିବାକୁ ମିଳିଛି । ଏହି ଘଟଣାଟି ଏଠାରେ ଚର୍ଚ୍ଚାର ବିଷୟ ପାଲଟିଥିଲା ବେଳେ ଅଭିଭାବକ ମହଲରେ ଏହି ଘଟଣାକୁ ନେଇ ଚିନ୍ତା ଓ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏଠାରେ ସୂଚନା ଯୋଗ୍ୟ ଯେ ନିକଟରେ ଏଡି ଅଂଚଳର ବହୁ ଯୁବତୀ ଓ ମହିଳା ମାନଙ୍କ ଆପତିଜନକ ଭିଡିଓ ଭାଇରାଲ ହେବା ଘଟଣା କାହାରିକୁ ଅଛପା ନାହିଁ ।

ଅପରପକ୍ଷରେ ଏହି ବ୍ଲକ ଅଂଚଳରେ ବହୁ ସ୍କୁଲ କଲେଜ ଛାତ୍ର ଛାତ୍ରୀ ,ଯୁବତୀ ସର୍ବୋପରି ମହିଳାମାନେ ବିଭିନ୍ନ ହୋଟେଲ,ପାର୍କ ମାନଙ୍କୁ ଯାଇ ନିଜର ସାଥି ଓ ପ୍ରେମିକ ମାନଙ୍କ ସହ ଅନ୍ତରଙ୍ଗ ମୁହୁର୍ତର ଭିଡିଓ କରୁଥିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏପରିକି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଏକାଧିକ ଯୁବତୀ ଆତ୍ମହତ୍ୟା କରିଥିବାର ମଧ୍ୟ ନଜିର ରହିଛି । ସେହିପରିଭାବେ କେତେକ ଯୁବତୀ ମଧ୍ୟ ଧର୍ମାନ୍ତିକରଣ ହୋଇଥିବାର ଜଣାଯାଇଛି । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି । ପୋଲିସ ପ୍ରଶାସନ ତରଫରୁ ଏହି ଘଟଣା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣକରାନଗଲେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ରୂପେ ନେଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।