Onn 3

ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀରେ ମା’ ଯଶୋଦାଙ୍କ ହାତରନ୍ଧା ଖାଇଲେ ପ୍ରଭୁ ଶ୍ରୀକୃଷ୍ଣ

  ପୁରୀ : ଆଜି ହେଉଛି ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀ । ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୁଏ ନାନାଦି ବ୍ୟଞ୍ଜନ । ପୁରୀ ବଳିଆପଣ୍ତା ସ୍ଥିତ ଗୌରବିହାର ବା ମାତା ମଠରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯାଇଛି । ଗୋଟିଏ କି ଦୁଇପ୍ରକାର ନୁହେଁ ଭଳିକି ଭଳି ୮୫୧ ରୁ ଉର୍ଦ୍ଧ୍ବ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା । ପବିତ୍ର ବ୍ୟଞ୍ଜନ ଦ୍ୱାଦଶୀରେ ଶ୍ରୀ ରାଧା, କୃଷ୍ଣଙ୍କ ଦର୍ଶନ କରିବା ସହ […]

Read More Text.
Onn 3

ପି.ପି କଲେଜରେ ସାଂସ୍କୃତିକ ପ୍ରତିଯୋଗିତା ଉଦ୍‌ଯାପିତ

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ପଞ୍ଚାୟତ ପ୍ରହଲ୍ଲାଦ ମହାବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଉଦଯାପିତ ହୋଇଛି । ଏଥିରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, କବିତା ଲିଖନ, ଚିତ୍ରାଙ୍କନ, କବିତା ଆବୃତ୍ତି , ମୁରୁଜ ପ୍ରତିଯୋଗିତା, ସଂଗୀତ ,ନୃତ୍ୟ, ଅଭିନୟ, ଛଦ୍ମବେଶ ପ୍ରତିଯୋଗିତା ହେବା ସହିତ ବିଭିନ୍ନ ପ୍ରକାର ରୋଷେଇ, କଳା ପ୍ରଦର୍ଶନ ଓ ବିଭିନ୍ନ ଧନ୍ଦା ପ୍ରଦର୍ଶନୀ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା […]

Read More Text.
Onn 3

ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଆସନ୍ତା ୨୨ରେ ହେବ ଶୁଭ ଖୁଣ୍ଟି ସ୍ଥାପନ

  ବରଗଡ଼: ଆସନ୍ତା ଡ଼ିସେମ୍ବର ୨୨ ତାରିଖ ଦିନ ଅପରାହ୍ନରେ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହେବ। ଅପରାହ୍ନ ସମୟରେ ତଳିପଡା ସ୍ଥିତ ମାଁ ସମଲେଶ୍ଵରୀ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ହାଟପଦା ଠାରେ ହେବ ଶୁଭ ଖୁଣ୍ଟି ସ୍ଥାପନ। ତେବେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଜାନୁଆରୀ ୧୫ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ବିଶ୍ବର ସର୍ବବୃହତ ଖୋଳା ରଙ୍ଗମଞ୍ଚ । ବରଗଡ଼ […]

Read More Text.
Onn 3

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୧୩ଶ ସନ୍ଧ୍ୟା, ସୁପରଷ୍ଟାର ସିଙ୍ଗର ମନି ଓ ଇଣ୍ଡିଆନ ଆଇଡଲ ଦେବସ୍ମିତାଙ୍କ ଗୀତରେ ଝୁମିଲେ ଦର୍ଶକ

ବାରିପଦା: ଭଂଜପୁର ଠାରେ ମା’ ଜଗଦ୍ଧାତ୍ରୀଙ୍କ ପୂଜା ଅବସରରେ ଆୟୋଜିତ ଜଗଦ୍ଧାତ୍ରୀ ମେଳାର ତ୍ରୟୋଦଶ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ପୂଜା ଉପାଧ୍ୟକ୍ଷ ଜ୍ଞାନେନ୍ଦ୍ର ପ୍ରସାଦ ଦାଶ, ମେଳା ସମ୍ପାଦକ ପ୍ରସନଜିତ ମହାନ୍ତି ଓ ସାଂସ୍କୃତିକ ସମ୍ପାଦକ ପ୍ରିତମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ସଂଗୀତ ଓ ନୃତ୍ୟର […]

Read More Text.
Onn 3

ଆଜି ପ୍ରଥମାଷ୍ଟମୀ : ଏଣ୍ଡୁରୀ ପିଠାରେ ମହକୁଛି ଘର

  ଭୁବନେଶ୍ୱର : ଆଜି ପ୍ରଥମାଷ୍ଟମୀ । ମାର୍ଗଶିର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏହା ପ୍ରକୃତରେ ଜ୍ୟେଷ୍ଠ ସନ୍ତାନର ସମ୍ବର୍ଦ୍ଧନା। ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଏହା ଲୋକଭାଷାରେ ‘ପରୁହାଁ ଅଷ୍ଟମୀ’ ବା ‘ପଢ଼ୁଆଁ ଅଷ୍ଟମୀ’। ଏହିଦିନ ଜ୍ୟେଷ୍ଠ ସନ୍ତାନର ଦୀର୍ଘଜୀବନ କାମନା କରି ଷଷ୍ଠୀଦେବୀଙ୍କର ପୂଜା କରାଯାଏ । କାରଣ, ଷଷ୍ଠୀଦେବୀ ହେଉଛନ୍ତି ‘ଜ୍ୟେଷ୍ଠାଦେବୀ’। ଓଡ଼ିଆ ପରମ୍ପରା ଅନୁଯାୟୀ, ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନକୁ ସ୍ନାନାନ୍ତେ […]

Read More Text.
Onn 3

ଆଜି ପ୍ରଥମାଷ୍ଟମୀ, ସମୟଚକ୍ରରେ ହଜିଯାଉଛି ଏଣ୍ଡୁରୀ ପିଠା

ଆଗରପଡ଼ା:ବାର ମାସରେ ତେର ପର୍ବ ପାଳନ କରି ଓଡ଼ିଆମାନେ ଉତ୍କଳ ସଂସ୍କୃତି ଓ ପରମ୍ପରାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ତନ୍ମଧ୍ୟରୁ ପ୍ରଥମାଷ୍ଟମୀ ଅନ୍ୟତମ । ମାର୍ଗଶିର ମାସକୁ ଏ୍ୟୌତିହାସିକ ବର୍ଷର ପ୍ରଥମ ବର୍ଷ ଭାବେ ଗ୍ରହଣ କରାଯାଉଥିବାରୁ ବାର ମାସର ପ୍ରଥମ ପର୍ବ ପ୍ରଥମାଷ୍ଟମୀ ବୋଲି କୁହାଯାଇଥାଏ । ଏହି ଦିନ ପରିବାରର ଜ୍ୟେଷ୍ଠ ସନ୍ତାନକୁ ପରିବାର ପ୍ରତିପୋଷଣ ପରି ଗୁରୁ ଦାୟିତ୍ୱ ସଂପର୍କରେ ସୂଚନା ଦିଆଯାଇଥାଏ । ସାଧାରଣତଃ ମାମୁଁ ଘର […]

Read More Text.
Onn 3

ଗୋଟିଏ ଦିନ ବଢିଲା ବାଲିଯାତ୍ରା ଅବଧି, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

  ଭୁବନେଶ୍ବର: ଐତିହାସିକ କଟକ ବାଲିଯାତ୍ରାର ଆହୁରି ମଜା ନେବେ ଲୋକେ,  କରାଣ ଆଉ ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରା କୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ବାଲି ଯାତ୍ରା ଏବେ ଲୋକଙ୍କ ପାଇଁ […]

Read More Text.
Onn 3

କୋଣାର୍କ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, କୁଚିପୁଡ଼ି ଓ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କ ମନମୋହିଲା

  କୋଣାର୍କ : ଈଶ୍ୱରୀୟ ଉପାସନାର ଆଧାର ହିଁ ନୃତ୍ୟ ଓ ସଙ୍ଗୀତ । ହୃଦୟକୁ ବିଭୁକରୁଣାରେ ବିଗଳିତ କରିଦିଏ ନୃତ୍ୟ ସଙ୍ଗୀତର ଆସର । ଏହି ଉକ୍ତିର ସତ୍ୟତାକୁ ପ୍ରତିପାଦନ କରିଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିରର ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚ । ଅବସର ଥିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କୋଣାର୍କ ମହୋତ୍ସବର ଦ୍ୱିତୀୟ ସଂଧ୍ୟା । ଦ୍ୱିତୀୟ ସନ୍ଧ୍ୟାରେ ପ୍ରଥମ ପ୍ରସ୍ତୁତିକୁ ନେଇ ଆସିଥିଲେ ସୁବିଖ୍ୟାତ କୁଚିପୁଡ଼ି ନୃତ୍ୟ ବିଦ୍ୱାନ ପଦ୍ମଶ୍ରୀ ଗୁରୁ […]

Read More Text.
Onn 3

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୭ମ ସନ୍ଧ୍ୟା, ରେକର୍ଡ ଡ୍ୟାନ୍ସରେ ଝୁମିଲେ ଦର୍ଶକ

ବାରିପଦା : ଭଂଜପୁର ଠାରେ ମା’ ଜଗଦ୍ଧାତ୍ରୀଙ୍କ ପୂଜା ଅବସରରେ ଆୟୋଜିତ ଜଗଦ୍ଧାତ୍ରୀ ମେଳାର ସପ୍ତମ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ମା’ ଡ୍ୟାନ୍ସ ଗ୍ରୁପର କୁନିକୁନି କଳାକାରଙ୍କ ନୃତ୍ୟ ବେଶ ଆକର୍ଷଣୀୟ ହୋଇଥିଲା I ପରେ ପରେ ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟର ର ଯୋଗାସନ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିମୋହିତ କରିଥିଲା I ଶେଷରେ ଜୁନିଅର ଓ ଡୁଏଟ ଡ୍ୟାନ୍ସ ପ୍ରତିଯୋଗିତାର କଳାକାରଙ୍କ ନୃତ୍ୟରେ ଝୁମିଲେ ଦର୍ଶକ I ରଂଜିତ ମୁଦୁଲି, ଅନ୍ୟା ଦତ୍ତ, ଏସ […]

Read More Text.
Onn 3

ଆଜିଠୁ କୋଣାର୍କ ମହୋତ୍ସବ

  କୋଣାର୍କ : ଆରମ୍ଭ ହେବ ଅନ୍ତର୍ଜାତୀୟ କୋଣାର୍କ ମହୋତ୍ସବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ରହିଛି । ଆଜିଠୁ ପୁଣି ଚଳଚଞ୍ଚଳ ହୋଇପଡିବ କୋଣାର୍କ । ଶାସ୍ତ୍ରୀୟ ସଙ୍ଗୀତ, ବାଦ୍ୟ ଆଉ ଘୁଙ୍ଗୁରର ତାଳେତାଳେ ଝୁମିବେ ଦର୍ଶନ  । ନୃତ୍ୟସଙ୍ଗୀତର ମୂର୍ଚ୍ଛନାରେ ପୁରା ରଙ୍ଗୀନ ହୋଇଉଠିବ ଚନ୍ଦ୍ରଭାଗା ସ୍ବର୍ଣ୍ଣାଭ ବେଳାଭୂମି । ଏହା ଆଜିଠାରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ  । ଆଜି ଉଦଘାଟନୀ ଉତ୍ସବରେ ଅନ୍ତର୍ଜାତୀୟ […]

Read More Text.