Onn 3

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୧୩ଶ ସନ୍ଧ୍ୟା, ସୁପରଷ୍ଟାର ସିଙ୍ଗର ମନି ଓ ଇଣ୍ଡିଆନ ଆଇଡଲ ଦେବସ୍ମିତାଙ୍କ ଗୀତରେ ଝୁମିଲେ ଦର୍ଶକ

Religion and Cult State

ବାରିପଦା: ଭଂଜପୁର ଠାରେ ମା’ ଜଗଦ୍ଧାତ୍ରୀଙ୍କ ପୂଜା ଅବସରରେ ଆୟୋଜିତ ଜଗଦ୍ଧାତ୍ରୀ ମେଳାର ତ୍ରୟୋଦଶ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ପୂଜା ଉପାଧ୍ୟକ୍ଷ ଜ୍ଞାନେନ୍ଦ୍ର ପ୍ରସାଦ ଦାଶ, ମେଳା ସମ୍ପାଦକ ପ୍ରସନଜିତ ମହାନ୍ତି ଓ ସାଂସ୍କୃତିକ ସମ୍ପାଦକ ପ୍ରିତମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ସଂଗୀତ ଓ ନୃତ୍ୟର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ହାତରେ ପୁରସ୍କୃତ କରାଯାଇଥିଲା I ତତସହିତ ଉକ୍ତ ବିଭାଗରେ ବିଚାରକ ଭାବେ ସହାୟତା ପ୍ରଦାନ କରିଥିବା ମନୋଜ କୁମାର ମଲ୍ଲିକ, ଶାନ୍ତନୁ ସିଂହ, ସଞ୍ଜୟ ମହାପାତ୍ର ଓ କଳ୍ପନା ମହାନ୍ତିଙ୍କ ସମେତ ଏମ /ଏସ ଲାଇଟ ଏବଂ ସାଉଣ୍ଡ, ମିଡ଼ିଆ କ୍ରିଏସନ ଓ ବ୍ଲୁ ସ୍କାୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I

ପରେ ପରେ ସୁପରଷ୍ଟାର ସିଙ୍ଗର ମନି ଓ ଇଣ୍ଡିଆନ ଆଇଡଲର ସୁନାମଧନ୍ୟ କଣ୍ଠଶିଳ୍ପୀ ଦେବସ୍ମିତା ରୟଙ୍କ ଗୀତରେ ଝୁମିଲେ ଦର୍ଶକ I ମେଳା ପଡିଆରେ ହଜାର ହଜାର ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ I ସୋମନାଥ ସିଂହ ଓ ଆଲୋକ ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଆସନ୍ତା କାଲି ଇଣ୍ଡିଆନ ଆଇଡଲର ଦୁଇ ସୁନାମଧନ୍ୟ କଣ୍ଠଶିଳ୍ପୀ ପବନଦୀପ ରାଜନ ଓ ଅରୁନିତା କାଞ୍ଜିଲାଲ ଆସୁଛନ୍ତି ବୋଲି ସାଂସ୍କୃତିକ ସମ୍ପାଦକ ମାନସ ମହାନ୍ତି ଜଣାଇଛନ୍ତି I