Onn 3

ସୌନେତ୍ର ଯୋଜନାରେ ଛାତ୍ରଛାତ୍ରୀଙ୍କ ନିଃଶୁଳ୍କ ଚକ୍ଷୁ ପରୀକ୍ଷା

State

ବାରିପଦା: ରାଜ୍ୟ ସରକାରଙ୍କ ‘ସୌନେତ୍ର’ ଯୋଜନାରେ ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଗୋଟିଏ ସୁସ୍ଥ ମଣିଷ ପାଇଁ ତା’ର ଚକ୍ଷୁ ଅବସ୍ଥା ଠିକ୍ ଥିବା ଦରକାର । ଚକ୍ଷୁ ଠିକ ଥିଲେ ସେ କିଛି କାର୍ଯ୍ୟ କରିବା,କରେଇବା,କହିବା ,ସଚେତନ ହୋଇପାରିବ ।ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଚକ୍ଷୁ ସ୍ବାସ୍ଥ୍ୟ ସେବା’ ସୁନେତ୍ର’ ଯୋଜନାରେ ଚକ୍ଷୁ ଚିକିତ୍ସା ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬ ଟି କ୍ଲଷ୍ଟର ପିଛିଲିଘାଟୀ, ଦୁବୁଲାଵେଡା, ମୂଷାବଣୀ , ପଣ୍ଡିତ ରଘୁନାଥ ମୁର୍ମୁ,ବଡବଆଇକଳଆ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ, ଶିକ୍ଷୟତ୍ରୀ ଆଣି ସେମାନଙ୍କ ଚକ୍ଷୁ ପରୀକ୍ଷା କରାଇଥିଲେ ।

ପଂଜିକୃତ ଛାତ୍ରଛାତ୍ରୀ ମାନଙ୍କୁ ଚକ୍ଷୁ ପରୀକ୍ଷା ସହ ଔଷଧ,ଦିଆ ଯାଇଥିଲା ।ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବରର ଏଲ ବି ପ୍ରସାଦ ଚକ୍ଷୁ ହସ୍ପିଟାଲକୁ ସରକାରୀ ଖର୍ଚ୍ଚରେ ପଠାଯିବ ବୋଲି ସୂଚନା ମିଳିଛି । ଛାତ୍ରଛାତ୍ରୀଙ୍କ ଚକ୍ଷୁ ଚିକିତ୍ସା ଅଭିଜ୍ଞ ଚକ୍ଷୁ ବିଶେଷଜ୍ଞ ଡାକ୍ତର ମୀନକେତନ ଦାସ, ଡାକ୍ତର ଅମିତ ସେନାପତି, ଡାକ୍ତର ଵୁଦ୍ଧେଶ୍ବର ସୋରେନ,ଅପ୍ଟୋମେଟ୍ରିଷ୍ଟ ରଣଜିତ ମୁର୍ମୁଙ୍କ ଦ୍ବାରା ହୋଇଥିଲା ।ଏଥିରେ ଵିଇଓ ଶ୍ରୀ ଭାଗ୍ଯରଥି ମହାନ୍ତି,ସମ୍ବଳ ଶିକ୍ଷକ ମହେଶ ମହାପାତ୍ର, ସମ୍ବଳ ଶିକ୍ଷୟିତ୍ରୀ ସାଗରିକା ପଣ୍ଡା, ସିଆରସିସି ଅଜିତ ମହାନ୍ତ, ଶିକ୍ଷକ ଅଜୟ ବେହେରା, ଶିକ୍ଷକ ଲଢୁଆ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।