Defult onn2

ବିପୁଳ ପରିମାଣର ବାଣ ଜବତ, ୨ ଅଭିଯୁକ୍ତ ଗିରଫ

Crime State

 

ban

ଖୋର୍ଦ୍ଧା: ଅବାଧରେ ବିକ୍ରି ହେଉଛି ବାଣ। ମାନୁ ନାହାଁନ୍ତି ସରକାରୀ ଗାଇଡ୍ ଲାଇନ୍। ଲୁଚା ଛପାରେ ଚାଲିଛି ବାଣ ବିକ୍ରି। ସରକାରୀ ନିୟମ ଅନୁସାରେ ବାଣ ବ୍ୟବସାୟୀମାନେ ଲାଇସେନ୍ସ କରିବା ପରେ ବାଣ ବିକିବା ପାଇଁ ଅନୁମତି ରହିଥିବା ବେଳେ ଅଧିକାଂଶ ବାଣ ଦୋକାନୀ ବିନା ଲାଇସେନ୍ସରେ ବାଣ ଦୋକାନ କରିଥିବା ଦେଖିବାକୁ ମିଳିଛି। ଆଗକୁ ଦୀପାବଳି ଆସୁଥିବା ବେଳେ ଏବେ ବଢିଯାଇଛି ବେଆଇନ ବାଣ ବିକ୍ରି। ଜଟଣୀ ଥାନା କୁସୁମାଟିଠାରେ ଅବାଧରେ ବାଣ ବିକ୍ରି କରିବା ଅଭିଯୋଗରେ ଧରାପଡିଛନ୍ତି ୨ ବେପାରୀ।

ଜଟଣୀ ଥାନା କୁସୁମାଟିଠାରେ ବିପୁଳ ପରିମାଣର ବେଆଇନ ଭାବେ ବାଣ ଗଚ୍ଛିତ ଥିବା ଖବର ପାଇବା ପରେ ଚଢ଼ାଉ କରିଛି କମିଶନରେଟ ପୋଲିସ। ଏହି ଚଢାଉରେ ୨ ଜଣ ଗିରଫ ହୋଇଛନ୍ତି। ଗିରଫ ୨ ଜଣ ହେଲେ ଛବିନ୍ଦ୍ର ସୁବୁଦ୍ଧି ଓ ପବିତ୍ର ସୁବୁଦ୍ଧି। ଆସନ୍ତା ଦୀପାବଳିକୁ ଦୃଷ୍ଟିରେ ରଖି ବିପୁଳ ପରିମାଣର ବାଣ ଗଚ୍ଛିତ କରି ରଖିଥିଲେ ଅଭିଯୁକ୍ତ। ଏହାସହ ଉକ୍ତ ଅଞ୍ଚଳରେ ବିନା ଲାଇସେନ୍ସରେ ବାଣ ଦୋକାନ ନକରିବା ବ୍ୟବସାୟୀଙ୍କୁ କଡା ତାଗିଦ କରିଛନ୍ତି।