ବାରିପଦା : ଜନଜାତି ମାନଙ୍କ ଆର୍ଥିକ ସ୍ବାଲମ୍ବନଶୀଳ ପାଇଁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପକ୍ଷରୁ ବହୁବିଧ ଯୋଜନା ରାଜ୍ୟ ଓ କେନ୍ଦ୍ର ସରକାର ହାତକୁ ନେଇଛନ୍ତି । ଜନଜାତି ମାନଙ୍କ ଶିକ୍ଷା, ଗମନାଗମନ, ସ୍ବାସ୍ଥ୍ୟ,ଜୀବିକା,ପିଇବା ପାଣି, ଦକ୍ଷତା ବିକାଶ ପାଇଁ ସରକାର ସଦା ସର୍ବଦା ଚେଷ୍ଟିତ । ଜନଜାତି ମାନଙ୍କୁ ସ୍ବଲମ୍ବନଶୀଳ କରାଇ ଜାତୀୟ ସ୍ରୋତରେ ମିଶାଇବା ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ । ଏଥିପାଇଁ ରାଇରଙ୍ଗପୁର ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାଇରଙ୍ଗପୁର ଆନୁକୁଲ୍ୟରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପକ୍ଷରୁ ଵାମନଘାଟୀ ଉପଖଣ୍ଡର ୭ ଟି ବ୍ଳକ ବିଶୋଇ,ଵିଜାତଳା, ରାଇରଙ୍ଗପୁର,କୁସୁମୀ,ଜାମଦା,ବହଳଦା ଏବଂ ତିରିଂ ର ୧୧୦ ଜଣ ଉତ୍ସାହୀ ଯୁବ ( ପୁରୁଷ/ ମହିଳା)ଉଦ୍ୟୋଗୀ ମାନଙ୍କୁ ଆଜି ବୁଧବାର ଦିନ ୧୧.୩୦ ଟା ବେଳେ ୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ଉତ୍ସବ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ଯୋଗ ରଞ୍ଜନ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଯୁବ ବିଧାୟକ ଶ୍ରୀ ଜଲେନ ନାୟକ, ସମ୍ମାନିତ ଅତିଥି ମୟୂରଭଞ୍ଜ ସାଂସଦ ପ୍ରତିନିଧି ନବୀନ ରାମ ,ଵହଳଦା ପ୍ରାଣୀ ଚିକିତ୍ସାଧୀକାରୀ ଡଃ ଲକ୍ଷ୍ମୀରାଣୀ ମୁଣ୍ଡା,ଏଡିଡଵ୍ଲ୍ଯୁଓ ଜ୍ଞାନେନ୍ଦ୍ର ସାମଲ, ପ୍ରୋଜେକ୍ଟ ମେନେଜର ସ୍ବର୍ଣପ୍ରଭା ରଥ, ବିଷୟବସ୍ତୁ ବିଶେଷଜ୍ଞ ରାଜେନ୍ଦ୍ର ପ୍ରସାଦ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ ।
ମୁଖ୍ୟ ଅତିଥି ବିଧାୟକ ଜଲେନ ନାଏକ କହିଥିଲେ ରାଜ୍ୟ ସରକାର ଜନଜାତି ଙ୍କ ବିକାଶ ପାଇଁ ସଦାସର୍ବଦା ଚେଷ୍ଟିତ । ଜନଜାତିର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ । ସମସ୍ତେ ନିଜ ଗୋଡ଼ରେ ଛିଡ଼ା ହେବାକୁ ଚେଷ୍ଟାକର ।ପ୍ରଶାସନ ତରଫରୁ ଅର୍ଥ, ଆବଶ୍ୟକ ବୈଷୟିକ ଜ୍ଞାନ, ସବୁକିଛି ଯୋଗାଇ ଦିଆଯିବ । ତେଣୁ ଯୁବ ଉଦ୍ଵୋଗୀମାନେ ନିଜ ଅଂଚଳର ଚାହିଦାମୁତାବକ ଦୋକାନ, ବ୍ୟବସାୟ କରିବା ଉଚିତ । ପ୍ରଥମେ ପ୍ରଥମେ କଷ୍ଟ ହେବ ଓ ଧୈର୍ଯ୍ୟ ରଖିବାକୁ ପଡିବ । ସେହିଭଳି ପିଏ ଆଇଟିଡିଏ ଶ୍ରୀ ଯୋଗ ରଞ୍ଜନ ନାୟକ କହିଥିଲେ ଆଇଟିଡିଏ କାର୍ଯ୍ୟାଳୟ ଜନଜାତିଙ୍କ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟିତ ଓ ଉନ୍ମୁକ୍ତ । ସମସ୍ତେ ଆସନ୍ତୁ, ଆଗକୁ ବଢନ୍ତୁ ଏବଂ ବିଭିନ୍ନ ଯୋଜନା ବିଷୟରେ ଅବଗତ ହୁଅନ୍ତୁ ଏବଂ ଆତ୍ମ ନିର୍ଭରଶୀଳ ପାଇଁ କିଛି କିଛି କାର୍ଯ୍ୟ କରନ୍ତୁ । ୨୦୨୪-୨୫ ବର୍ଷ ପାଇଁ ବିଭିନ୍ନ ଉଦ୍ଯୋଗ ପାଇଁ ଵଛାଯାଇଥିବା ୭ ଟି ବ୍ଳକର ବଛା ଯାଇଥିବା ୧୧୦ ଜଣ ଉତ୍ସାହୀ ଯୁବ ଉଦ୍ୟୋଗ ଙ୍କୁ ଅତିଥିଗଣ ଏକ ଲକ୍ଷ ଲେଖାଏଁ ଟଙ୍କା ର ଚେକ୍ ସମୁଦାୟ ଏକ କୋଟି ଦଶ ଲକ୍ଷ ଟଙ୍କା ବଣ୍ଟନ କରାଯାଇଥିଲା ।୨୦୨୨-୨୩ ମସିହାରେ ୭ ଟି ବ୍ଳକର ୧୦୪ ଜଣ ଯୁବ ଉଦ୍ୟୋଗୀମାନଙ୍କୁ ଏକ କୋଟି ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ସେମାନେ ଆଜିର ଦିନରେ ସଫଳ ଉଦ୍ୟୋଗୀ ହୋଇ ନିଜ ଗୋଡ଼ରେ ଛିଡା ହୋଇଛନ୍ତି ।ଯୁବ ଉଦ୍ଯୋଗୀମାନେ ମିଠା ଦୋକାନ,କୃଷି,ଛେଳି ଚାଷ, ଗୋପାଳନ,ପତ୍ରକପ୍ ପ୍ଲେଟ,ଗଦି/ ତକିଆ ପ୍ରସ୍ତୁତି,ଓ୍ବେଲଡିଂ,ସାବୁନ ତିଆରି,ବିଉଟି ପାର୍ଲର, ଆଚାର,ମୋବାଇଲ,,ମୁଢି,ସେଲୁନ, ସିମେଣ୍ଟ ଓ୍ଵାର୍କ,ଟେଲର,ମାଛ ଚାଷ, କମ୍ପ୍ୟୁଟର ସେଣ୍ଟର୍, ଗ୍ୟାରେଜ , ଧୂପକାଠି ତିଆରି,ଝୁଡ଼ି,ସେଲୁନ ,ମହୁଲ, ତଥା ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ ଓ ବିକ୍ରୟ କରି ଆତ୍ମ ନିର୍ଭରଶୀଳ ହେବେ ବୋଲି ବକ୍ତବ୍ୟ ରଖିଥିଲେ ।ଏହି କାର୍ଯ୍ୟକ୍ରମରେ ୭ ଟି ବ୍ଳକର ବ୍ଳକ ଜୀବିକା ବିଶେଷଜ୍ଞ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।