Onn 3

କୁମ୍ଭୀର ଗଣନା ପାଇଁ ଜାନୁଆରୀ ୫ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

State

 

crocodile-1

ରାଜନଗର: ଜାନୁଆରୀ ୫ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ଜାନୁଆରୀ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । ୯ଦିନ ଧରି ବନ୍ଦ ରହୁଥିବାରୁ ପର୍ଯ୍ୟଟକଙ୍କୁ ନଆସିବାକୁ ରାଜନଗର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବୋଟ୍ ଚଳାଚଳ ବନ୍ଦ ହେଲେ ନଦୀର ଜଳ ସ୍ଥିର ରହିବା ପରେ କୁମ୍ଭୀର ଗଣନା ହେବ । ଭିତରକନିକାରେ ଥିବା ନଦୀ ନାଳ ଗୁଡିକାରେ ବଉଳା କୁମ୍ଭୀରଙ୍କ ଗଣନା କରାଯିବ । ସକାଳ ଓ ସନ୍ଧ୍ୟା ସମୟରେ ହୁଲି ଡଙ୍ଗା ସାହାଯ୍ୟରେ ହେବ ଗଣନା । ଗତବର୍ଷ ଭିତରକନିକାରେ ୧୭ଶହ ୯୩ଟି କୁମ୍ଭୀର ଗଣନା କରାଯାଇଥିଲା । ଚଳିତବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରଖିଛି ବନବିଭାଗ।