Img 20250131 Wa0248

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ବଦଳି ଅବସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା

State
  • ଦୁଇ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା 
ବାରିପଦା :  ସରକାରଙ୍କ ନିର୍ଦ୍ଧେଶ କ୍ରମେ ମୟୁରଭଞ୍ଜ ଜିଲ୍ଲା ସୂଚନା ଓ  ଲୋକ ସମ୍ପର୍କ ଅଧିକାରୀ, ଶ୍ରୀ ଅବିନାଶ ପାଣିଙ୍କ  ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ କୁ ମାନ୍ୟବର ମୁଖମନ୍ତ୍ରୀଙ୍କ ପି ଆର ଓ ଭାବେ ବଦଳି ହୋଇଥିବାରୁ ସେ ଆଜି ଅପରାହ୍ନ ରେ ତା’ଙ୍କ କାର୍ଯ୍ୟଭାର ରାଇରଙ୍ଗପୁର ରେ କାର୍ଯ୍ୟରତ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ଶ୍ରୀ ବିକାଶ ରଞ୍ଜନ ମହାନ୍ତିଙ୍କୁ ହସ୍ତାନ୍ତର କରିଛନ୍ତି।
ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ରେ ଏକ ବିଦାୟୀକାଳୀନ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇ ଉକ୍ତ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଶ୍ରୀ ପାଣିଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନ ଭରା ଶୁଭେଚ୍ଛା ଜଣାଇବା ସହ ଯୋଗ ଦେବାକୁ ଯାଉଥିବା ନୂତନ ପଦବୀ ତଥା ନୂତନ କାର୍ଯ୍ୟ କ୍ଷେତ୍ରରେ ଉତ୍ତରୋତ୍ତ ସଫଳତା କାମନା କରି ଅନେକ ଅନେକ ଶୁଭକାମନା ଜଣାଇ ଥିଲେ।
 ପ୍ରକାଶ ଥାଉକି ଶ୍ରୀ ପାଣି ଓଡିଶା ସରକାର ଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ରେ ନିଯୁକ୍ତି ପାଇଲା ପରେ ପ୍ରଥମେ ଉଦଳା ଉପଖଣ୍ଡ ର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଜୁନ ୨୦୨୩ ରେ ତାଙ୍କର ଚାକିରୀ ଜୀବନ ଆରମ୍ଭ କରିଥିଲେ ଏବଂ ପରେ ପରେ ନଭେମ୍ବର ୨୦୨୩ ରେ ମୟୁରଭଞ୍ଜ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଅବସ୍ଥାପିତ ହୋଇ ଆଜି ପର୍ଯ୍ୟନ୍ତ ତାଙ୍କର ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସୁଥିଲେ।
ସେହିପରି ଆଜି ଉକ୍ତ କାର୍ଯ୍ୟାଳୟ ଅଧୀନରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା  ଶ୍ରୀ ରାମେଶ୍ୱର ବେସ୍ରା ଓ ଶ୍ରୀ ଶ୍ରୀହରି ଦାସ ଦୁଇଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ  ବୟସ ୬୦ବର୍ଷ ପୂର୍ଣ୍ଣ ହୋଇଥିବାରୁ ସେମାନେ  ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି।ଏହି ଅବସରରେ ସେମାନଙ୍କୁ ମଧ୍ୟ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ  ପ୍ରଦାନ କରି ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯିବା ସଙ୍ଗେ ଅବସର ପରବର୍ତୀ ଜୀବନ ସୁସ୍ଥ,ନିରୋଗ ଓ ଶାନ୍ତିରେ ଅତିବାହିତ ହେବା ନେଇ ଈଶ୍ୱରଙ୍କୁ ପ୍ରାର୍ଥନା କରାଯାଇଥିଲା ଏବଂ  ସେମାନଙ୍କୁ ଅବସର କାଳୀନ ମାସିକ  ପେନସନର ପ୍ରଭିଯନାଲ ମଞ୍ଜୁରୀ ଆଦେଶ (Provisional Pension Sanction Order ) କାର୍ଯ୍ୟାଳୟ ର ମୁଖ୍ୟ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।
ଆଜିର ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉଦଳା ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସରୋଜ କୁମାର ପ୍ରଧାନ, ନିକ୍ଷେପକ ଶ୍ରୀ ଶ୍ରୀକାନ୍ତ ବେହେରା, ଜେ ଆର ଏ ଶ୍ରୀ ଲଳିତ ନାୟକ, ଗ୍ରନ୍ଥାଗାରିକ ଶ୍ରୀ ହରିଶ ମହାପାତ୍ର, ମିସ ଛିଟା ସୋରେନ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ରବି ନାଏକ, ଶ୍ରୀ ଶିବ ଶଙ୍କର ଦତ୍ତ,ଶ୍ରୀ ଅଜିତ ମହାପାତ୍ର ଓ କରୁଣାକର ମହାନ୍ତ ଉପସ୍ଥିତ ଥିଲେ।