ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୩ତମ ଜନ୍ମଦିନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଭିନ୍ନ ମନ୍ତ୍ରୀ ଓ ରାଜନେତାମାନେ ଶୁଭେଚ୍ଛା ଜଣାଇଛନ୍ତି। ମୋଦୀଙ୍କ ଜନ୍ମଦିନ ଅବସରରେ ଗୁଜରାଟର ସୁରତରେ ପ୍ରାୟ ୧୦୦୦ ଅଟୋ ଚାଳକ ଯାତ୍ରୀମାନଙ୍କ ପାଇଁ ରିହାତି ଭଡ଼ା ଘୋଷଣା କରିଥିବା ବେଳେ ‘ଗିନିଜ୍ ୱାର୍ଲଡ୍ ରେକର୍ଡ’ ଲାଗି ଆସାମରେ ୧ କୋଟି ଚାରା ରୋପଣ କରାଯାଉଥିବା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ଦୀପକ ମୋଦୀଙ୍କ ଏଭଳି ସ୍ବତନ୍ତ୍ର ଚିତ୍ର ଆଙ୍କିବାକୁ ନେଇ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୩ ତମ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଏକ ଧୂଆଁ ଚିତ୍ର ଆଙ୍କିଛି । ଏହି କଳାକୃତି ପାଇଁ ଏକ ମହମବତୀ, ଛୁଞ୍ଚି (କିମ୍ବା ପୁରୁଣା ପେନ୍ ନିବ୍) ଏବଂ କାନଭାସର ବ୍ୟବହାର କରିଛି । ଚିତ୍ରରେ ମୁଁ କୋଣାର୍କ ଚକକୁ ମଧ୍ୟ ଚିତ୍ରଣ କରିଛି, ଯାହା ଓଡ଼ିଶାର ଚମତ୍କାର ସଂସ୍କୃତି ଓ ଐତିହ୍ୟକୁ ପ୍ରତିନିଧିତ୍ୱ କରୁଛି । କୋଣାର୍କ ଚକ୍ର ଆଗରେ ଜି -୨୦ ରାତ୍ରୀ ଭୋଜନରେ ବିଶ୍ୱ ନେତା ତଥା ପ୍ରତିନିଧୀଙ୍କୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଥିଲେ । ଏହା ଆମ ପାଇଁ ଗର୍ବର ବିଷୟ ।’