ବାରିପଦା: ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସହାୟତାରେ ୭ ବର୍ଷ ପରେ ହଜିଲା ଝିଅକୁ ଫେରି ପାଇଲେ ପରିବାର ଓ ୨୦୧୮ ମସିହାରେ ମୟୁରଭଞ୍ଜ ଜିଲ୍ଲା ଝାରଓଡ଼ିହି ପୋଲିସ ଏକ ଝିଅ କୁ ଉଦ୍ଧାର କରି ଚାଇଲଡ ଲାଇନ ସବ ସେଣ୍ଟର କୁ ହସ୍ତାନ୍ତର କରିଥିଲେ ଓ ଚାଇଲଡ ଲାଇନ ତରଫରୁ ଝିଅ ଟିକୁ ମୟୁରଭଞ୍ଜ ଶିଶୁ ମଙ୍ଗଳ ସମିତି ରେ ଉପସ୍ଥାପନ କରାଯାଇ ତାକୁ ବାରିପଦା ର ଏକ ଶିଶୁ ଯତ୍ନ ଅନୁଷ୍ଠାନ ରେ ରଖା ଗଲା | ସେତେ ବେଳକୁ ଝିଅର ବୟସ ୬ ବର୍ଷ ଓ ସେଠାରେ ତାକୁ ନିକଟସ୍ଥ ବିଦ୍ୟାଳୟ ରେ ନାମ ଲେଖା ଗଲା ଓ ସେ ସେଠାରେ ପାଠ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ୟନ୍ତ ପଢି ଆସୁଥିଲା ଓ ଝିଅ ର ନାମ ବେବି ପାତ୍ର ଓ ଶିଶୁ ଯତ୍ନ ଅନୁଷ୍ଠାନ ରେ ରହିବା ଭିତରେ ଅନେକ ଥର ତା ସହିତ ଆଲୋଚନା କରିଥିଲେ ମଧ୍ୟ ସେ ତାର ସଠିକ ଠିକଣା କହି ପାରୁନଥିଲା ଓ ପରିଶେଷରେ କିଛି ଦିନ ପୂର୍ବରୁ ସେ କହିଥିଲା ତାକୁ ସାଙ୍ଗରେ ନେଇ ଗଲେ ହୁଏତ ସେ ତାର ଘର ଦେଖେଇ ଦେଇ ପରେ ଓ ଫଳରେ ମୟୁରଭଞ୍ଜ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଏବଂ ଶିଶୁ ମଙ୍ଗଳ ସମିତି ତତ୍ପର ହୋଇ ପଡ଼ିଥିଲେ ଓ ଗତ ଗୁରୁବାର ଦିନ ତାରିଖ ୨୭ | ୦୩ | ୨୦୨୫ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ମମତା ମୟୀ ବିଶ୍ୱାଳ ଏବଂ ଶିଶୁ ମଙ୍ଗଳ ସମିତି ର ନିର୍ଦେଶ କ୍ରମେ ସୁରକ୍ଷା ଅଧିକାରୀ (ଆନୁଷ୍ଠାନିକ ସେବା ) ଶ୍ରୀ ମଧୁସୂଦନ ରଥ ଏବଂ ଚାଇଲଡ ହେଲ୍ପ ଲାଇନ ର ପରାମର୍ସଦାତ୍ରୀ ଶ୍ରୀମତୀ ରଶ୍ମିତା ପାଣି ବେବି କୁ ସାଙ୍ଗରେ ନେଇ ତା ଘର ଅଭିମୁଖେ ବାହାରି ଥିଲେ ଓ ସେ କହିବା ମୁତାବକ ତା ଘର ଝାରଖଣ୍ଡ ରାଜ୍ୟର ଜାମଶେଦପୁର ସହରରେ ଓ ଜାମଶେଦପୁର ପହଂଚିବା ପରେ ସେ ହତବିମ୍ବ ହୋଇ ପଡ଼ିଥିଲେ ଓ ନୂଆ ଘର ନୂଆ ରାସ୍ତା ଦେଖି ସେ ବାଟ ବଣଓ ହୋଇ ଗଲେ ଓ ତଥାପି ହାର ନ ମାନି ଜାରି ରହିଥିଲା ସନ୍ଧାନ ଓ ସେ କହୁଥିବା ସଂକେତ କୁ ଆଧାର କରି ଅଧିକାରୀ ମାନେ ସ୍ଥାନୀୟ ଲୋକଙ୍କୁ ପଚାରି ପଚାରି ନୟାନ୍ତ ହୋଇଥିଲେ ମଧ୍ୟ ଶେଷରେ ତାର ଠିକଣା ମିଳିଥିଲା ଓ ପ୍ରଥମେ ତାର ବଡ ଭାଇ କାମ କରୁଥିବା ସ୍ଥାନ ର ସନ୍ଧାନ ମିଳିଥିଲା ଓ ପରେ ସମ୍ପୂର୍ଣ ଠିକଣା ମିଳି ପାରିଥିଲା ଓ ସେଠାରେ ତାର ମା କୁ ପାଇ ବେବି ଆତ୍ମହାରା ହୋଇ ପଡିଥିଲା ଓ ମା ମଧ୍ୟ ଏତେ ଦିନ ପରେ ଝିଅ କୁ ପାଇ ଖୁସି ରେ ବିଭୋର ହୋଇ ପଡିଥିଲା ଓ ସେଠାରେ ଏକ ଭାବ ବିହ୍ୱଳ ପରିବେଶ ସୃଷ୍ଟି ହାଇଥିଲା ଓ ଏତେ ଦିନ ପରେ ଜଣେ ହଜିଥିବା ଶିଶୁ ତାର ପରିବାର ଫେରି ପାଇଥିଲା ଓ ମୟୁରଭଞ୍ଜ ଜିଲ୍ଲାପାଲ ଶ୍ରୀ ହେମକାନ୍ତ ସାୟ ବେବି ଏବଂ ତା ପରିବାର କୁ ଶୁଭେଚ୍ଛା ଜଣାଇଛନ୍ତି |
