ଭୁବନେଶ୍ୱର: ସିବିଏସ୍ଇ ସ୍କୁଲରେ ମାତୃଭାଷାରେ ପାଠ ପଢ଼ାଯିବ । ଏଣିକି ଓଡ଼ିଆ ସହ ଅନ୍ୟ ଭାଷାରେ ସିବିଏସ୍ଇ ସ୍କୁଲରେ ପାଠ ପଢ଼ି ପାରିବେ ଛାତ୍ରଛାତ୍ରୀ । ଏନେଇ ଶନିବାର ସିବିଏସ୍ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଅନୁସାରେ, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ପାଠ ଓଡ଼ିଆରେ ପଢ଼ାଯିବ । ଦେଶରେ ୨୨ଟି ସ୍ଥାନୀୟ ଭାଷାରେ ସିବିଏସ୍ଇ ପାଠ୍ୟକ୍ରମ ଉପଲବ୍ଧ ହେବ । ଏନେଇ ଏନସିଇଆରଟିକୁ ପାଠ୍ୟ ପୁସ୍ତକ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଞ୍ଚଳିକ ଭାଷାରେ ପାଠ ପଢ଼ାଯିବା ସହ ପରୀକ୍ଷା କରିବାକୁ ପ୍ରସ୍ତୁତି ମଧ୍ୟ ଚାଲିଛି ।
ଆଞ୍ଚଳିକ ଭାଷାରେ ପାଠପଢ଼ା ନେଇ କାଲି ସିବିଏସଇସର୍କୁଲାର ଜାରି କରିଛି । ଛାତ୍ରଛାତ୍ରୀ ଇଂରାଜୀ, ହିନ୍ଦୀ ମିଡିୟମ ସହ ଓଡ଼ିଆରେ ବି ପଢ଼ି ପାରିବେ । ଯେଉଁ ପିଲାମାନେ ଓଡ଼ିଆରେ ପଢ଼ିବାକୁ ଚାହିଁବେ ସ୍କୁଲ ବ୍ୟବସ୍ଥା କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହା ଦ୍ୱାରା ପିଲାମାନେ ସହଜରେ ପାଠକୁ ବୁଝିବେ । ସିବିଏସଇ ଅନୁବନ୍ଧିତ ସବୁ ସ୍କୁଲରେ ଆଞ୍ଚଳିକ ଭାଷାରେ ପାଠପଢ଼ା ଯିବ ବୋଲି କେନ୍ଦ ଶିକ୍ଷାମନ୍ତ୍ରୀ କହିଛନ୍ତି ।
अपने सभी विद्यालयों में बालवाटिका से कक्षा 12वीं तक भारतीय भाषाओं में शिक्षा का विकल्प उपलब्ध कराने के लिए सीबीएसई को बधाई देता हूँ।
NEP की परिकल्पना के अनुरूप यह विद्यालयों में भारतीय भाषा आधारित शिक्षा को बढ़ावा देगा। शिक्षा में बेहतर outcomes की दिशा में यह एक अच्छी शुरुआत… pic.twitter.com/dhivp0rHzs
— Dharmendra Pradhan (मोदी का परिवार) (@dpradhanbjp) July 21, 2023