Onn 3

କେରଳରେ ଆଇଏସ୍‌ଆଇଏସ୍ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍‌

National & International

ନୂଆଦିଲ୍ଲୀ : ଏନ୍‌ଆଇଏ ଗୁରୁବାର କେରଳରେ ଆଇଏସ୍‌ଆଇଏସ୍‌ର ଏକ ଆତଙ୍କୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍ କରିଛି । ଏହି ମଡ୍ୟୁଲ୍ ଧାର୍ମିକସ୍ଥଳ ଏବଂ କେତେକ ସମ୍ପ୍ରଦାୟର ନେତାଙ୍କ ଉପରେ ଆକ୍ରମଣ କରିବା ଯୋଜନାରେ ଥିଲା । ସେହିପରି ମଡ୍ୟୁଲ୍‌ର ଜଣେ ସଦସ୍ୟକୁ ତାମିଲନାଡ଼ୁରୁ ଗିରଫ କରାଯାଇଥିବା ଏଜେନ୍ସି ମୁଖପାତ୍ର କହିଛନ୍ତି । ଏନ୍‌ଆଇ ମୁଖପାତ୍ରଙ୍କ ଅନୁସାରେ ଆତଙ୍କୀ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍ ପାଇଁ ତ୍ରିସୁରର ତିନିଟି ସ୍ଥାନ ସହିତ କେରଳର ପଲକ୍କଡ଼ ଜିଲ୍ଲାର ଗୋଟିଏ ସ୍ଥାନରେ ଚଢ଼ଉ କରାଯାଇଛି । ମଡ୍ୟୁଲ୍‌ର ସଦସ୍ୟମାନେ ଟୋହି ମିଶନ୍ ଚଳାଇଥିବା ବେଳେ ଆତଙ୍କୀ ଆକ୍ରମଣର ଷଡ଼ଯନ୍ତ୍ର କରୁଥିଲେ ।

ଏନ୍‌ଆଇଏ ମଙ୍ଗଳବାର ଜଣେ ଅଭିଯୁକ୍ତ ଆସିଫ୍ ଓରଫ ମୌଥିଲ ଅକାଥ କୋଦାଦିଲ ଅଶରଫ୍‌କୁ ଟ୍ରାକ୍‌କରି ତାମିଲନାଡ଼ୁର ସତ୍ୟମଙ୍ଗଳମ୍ ନିକଟ ତା’ ଘରୁ ଗିରଫ କରାଯାଇଥିଲା । ବୁଧବାର ଆସିଫ୍ ସହିତ ଅନ୍ୟ ତିନିଜଣ ସୟଦ୍ ନବିଲ୍ ଅହମ୍ମଦ, ତ୍ରିସୁରର ଶିୟାସ୍ ଟିଏସ୍ ଏବଂ ପଲକ୍କଡ଼ର ରଇସ୍ ଘରେ ଚଢ଼ଉ କରାଯାଇଥିଲା । ଏହି ଚଢ଼ଉ ବେଳେ ଡିଜିଟାଲ୍ ଡିଭାଇସ୍ ଏବଂ ଆପତ୍ତିଜନକ ଡକ୍ୟୁମେଣ୍ଟ୍ ଜବତ କରାଯାଇଛି । ଏହି ମଡ୍ୟୁଲ୍ ଆଇଏସ୍‌ଆଇଏସ୍ ଗତିବିଧିକୁ ପ୍ରୋତ୍ସାହିତ କରିବା ସହିତ ଡକାୟତି ଏବଂ ଅନ୍ୟ ଅପରାଧ ଜରିଆରେ ଆତଙ୍କୀ ଆକ୍ରମଣ ପାଇଁ ଫଣ୍ଡ୍ ଯୋଗାଡ଼ରେ ଲାଗିଥିଲା । ସେମାନେ କେତେକ ପୂଜାସ୍ଥଳ ସହିତ କିଛି ପ୍ରମୁଖ ସ୍ଥାନର ରେକି ମଧ୍ୟ କରିଥିଲେ । ରାଜ୍ୟରେ ଆତଙ୍କ ପ୍ରସାର ସହିତ ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି ଏହାର ଉଦ୍ଦେଶ୍ୟ ଥିଲା ।