Img 20250129 Wa0113

ପୂର୍ବତନ ପୌରନିର୍ବାହୀ ଯନ୍ତ୍ରୀ ନିର୍ମଳ କାନ୍ତି କବିଙ୍କ ଦେହାନ୍ତ

State

ବାରିପଦା: ବାରିପଦା ପୌରପରିଷଦର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ନିର୍ମଳ କାନ୍ତି କବି ଆଉ ନାହାନ୍ତି l 81 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇ ଯାଇ ଥିବା ବେଳେ ପୁରୀ ସ୍ୱର୍ଗ ଦ୍ୱାର ରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି l ସେ ଜଣେ ଅତ୍ୟନ୍ତ ସରଳ, ସଚ୍ଚୋଟ, ନିଷ୍ଠାବାନ ଏବଂ ଅମାୟିକ ଭଦ୍ରବ୍ୟକ୍ତି ଥିଲେ l ଓଡ଼ିଆ ସାହିତ୍ୟ ସଂସ୍କୃତି ର ସେ ଜଣେ ପୃଷ୍ଠ ପୋଷକ ଥିଲେ l ବାରିପଦା ସହରରେ କବିବାବୁ ନାମରେ ସେ ବେଶ ପରିଚିତ ଥିଲେ l

ସ୍ବର୍ଗତ କବି ଙ୍କର ପୈତୃକ ଘର ରାଇରଙ୍ଗପୁର ଠାରେ ଥିବା ବେଳେ ସେ ଗତ କିଛି ବର୍ଷ ହେବ ଭୁବନେଶ୍ୱର ରେ ପରିବାର ସହ ଅବସ୍ଥାନ କରୁଥିଲେ l ଗତ 2001 ମସିହା ଅକ୍ଟୋବର 31 ତାରିଖରେ ସେ ବାରିପଦା ପୌରପାଳିକାରୁ ସହାୟକ ନିର୍ବାହୀ ଯନ୍ତ୍ରୀ ଭାବେ ଅବସର ଗ୍ରହଣ କରିବା ପରେ ବାରିପଦା ରେ କିଛି ବର୍ଷ ରହଣି ପରେ ରାଇରଙ୍ଗପୁର ଯାଇ ସେଠାରେ ରହି ଆସୁଥିଲେ l ଗତ 4/5 ବର୍ଷ ଧରି ସେ ଭୁବନେଶ୍ୱର ରେ ରହି ଆସୁଥିଲେ l ତାଙ୍କର 4 ଜଣ ଝିଅ ଓ ତିନି ଜ୍ୱାଇଁ ଅଛନ୍ତି l ତାଙ୍କର ଧର୍ମପତ୍ନୀ ନିରୁପମା କବି ଓଡିଆ ସାହିତ୍ୟ ର ଜଣେ ଆଗ ଧାଡ଼ିର ଲେଖିକା l ତାଙ୍କ ମୃତ୍ୟୁ ରେ ବାରିପଦା ଓ ରାଇରଙ୍ଗପୁର ରେ ଶୋକର ଛାୟା ଖେଳି ଯାଇଛି l ସେପଟେ ତାଙ୍କ ପୂର୍ବ କର୍ମ ସ୍ଥଳ କେନ୍ଦୁଝର ର ବଡ଼ ବିଲ ରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି l ତାଙ୍କ ମୃତ୍ୟୁ ରେ ଆମେ ମୟୂରଭଞ୍ଜିଆ ସଂଗଠନ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଅମର ଆତ୍ମାର ସଦଗତି କାମନା କରା ଯାଇଛି l