Img 20250129 Wa0178

ଝୁମର ଉପରେ ଜାତୀୟ ସେମିନାର ଓ ସାଂସ୍କୃତିକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

State

ବାରିପଦା  : ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ଓଡିଶା ଝୁମର ଏକାଡେମୀ ଆନୁକୂଲ୍ୟରେ ଝୁମର ଉପରେ ଜାତୀୟ ସେମିନାର ଓ ସାଂସ୍କୃତିକ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏକାଡେମୀର ସମ୍ପାଦକ ଆଇନଜୀବୀ ବସନ୍ତ କୁମାର ମହାନ୍ତିଙ୍କ ଆବାହନରେ ତଥା ସଭାପତି ଆଇନଜୀବୀ ଅବନୀ କୁମାର ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଜାତୀୟ ପତ୍ନତତ୍ତ୍ୱ ପ୍ରାଧିକାରଣର ଅଧ୍ୟକ୍ଷ ପ୍ରଫେସର ଡଃ କିଶୋର ବସା ଏକାଡେମୀର ଆଗାମୀ କାର୍ଯ୍ୟକ୍ରମ ଉପରେ ବହୁମୂଲ୍ୟ ପରାମର୍ଶ ଦେଇଥିଲେ I ଆଗାମୀ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡିଶା ସମେତ ଆସାମ, ପଶ୍ଚିମବଙ୍ଗ, ଝାରଖଣ୍ଡ, ଛତିଶଗଡ ଆଦି ରାଜ୍ୟରୁ ଝୁମରପ୍ରେମୀ ଓ ଝୁମର ବିଶାରଦ ଯୋଗ ଦେଇ ଝୁମର କଳାର ପ୍ରଚାର ପ୍ରସାର ସେମିନାରର ଲକ୍ଷ୍ୟ ବୋଲି ସମ୍ପାଦକଙ୍କ ସୂତ୍ରରୁ ପ୍ରକାଶ I ତତସହିତ ଝୁମର ଲେଖକ, କଳାକାର, ବାଦ୍ୟକାର, ଗୀତିକାର ମାନଙ୍କ ସମାଗମ ସହ ଝୁମର ସମ୍ପର୍କିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବାର ଲକ୍ଷ୍ୟ ରଖାଯାଇଛି I ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏକାଡେମୀର ଉପ ସଭାପତି ରାକେଶ ସିଂ, ଯୁଗ୍ମ ସହ ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ମହାନ୍ତ, ଝୁମର ଲେଖକ ସର୍ବଶ୍ରୀ କୃପାସିନ୍ଧୁ ମହାନ୍ତ, ଗୁରୁଚରଣ ମହାନ୍ତଙ୍କ ସମେତ ମହାଦେବ ଦାସ, ସମାଜସେବୀ ଗଦାଧର ବେହେରା, ଆଇନଜୀବୀ ସୁରେନ୍ଦ୍ର ସିଂ ଓ ଝୁମର ଗବେଷକ ପ୍ରାଧ୍ୟାପକ ଗୋପବନ୍ଧୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ I