Img 20250120 Wa0162

ନିଖିଳ ଉତ୍କଳ ମୋହରିର ଦିବସ ପାଳିତ

State

ବାରିପଦା: ବାରିପଦା ମୋହରିର ସଂଘ ତରଫରୁ ନିଖିଳ ଉତ୍କଳ ମୋହରିର ଦିବସ ପାଳିତ ହୋଇଯାଇଛି | ସଙ୍ଘର ସଭାପତି ଶରତ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସମାରୋହରେ ଉପସଭାପତି ଚତୁର୍ଭୁଜ ପାତ୍ର, ବରିଷ୍ଠ ସଦସ୍ୟ ମହାଦେବ ଦାସ, ଅରୁଣ କୁମାର ଘୋଷ ପ୍ରମୁଖ ଯୋଗଦେଇ ମୋହରୀର ମାନଙ୍କର ବହୁବିଧ ସମସ୍ୟା ଏବଂ ଏହାର ସମାଧାନ ବିଷୟରେ ଆଲୋଚନା କରିଥିଲେ | ସମାରୋହରେ ଶତାଧିକ ମୋହରିର ଉପସ୍ଥିତ ଥିବା ବେଳେ ମୋହରିର ସଂଘର କାର୍ଯ୍ୟକାରିଣୀ ସଦସ୍ୟ ପିତାମ୍ବର ମଲ୍ଲିକ, କୋଷାଧକ୍ଷ ଯତିନ ଚନ୍ଦ୍ର ଗିରି, ତ୍ରିଲୋଚନ କମିଳା, ବିବେକାନନ୍ଦ ସାହୁ, ମୃତ୍ୟୁଞ୍ଜୟ ସାହୁ, ମଙ୍ଗୁଳୁ ବିନ୍ଧାଣି, ବିଦ୍ୟାଧର ରାଜ, ଉଦୟ ନାୟକ, କପିଳେଶ୍ଵର ସାହୁ, ଚନ୍ଦ୍ର ମୋହନ ମହାନ୍ତ, କୁଆଁର ମାଝୀ ପ୍ରଶାନ୍ତ ନାଏକ ପ୍ରମୁଖ ନିଜନିଜର ବକ୍ତବ୍ୟ ରଖିଥିଲେ | ଶେଷରେ ଲକ୍ଷ୍ମୀଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ |