Aaed6e9a 7600 4805 8411 9c95727a425f E1713017379868

ଚିଲିକା ନଳଘାସରେ ନିଆଁ; ନିୟନ୍ତ୍ରଣ ପାଇଁ ବନ ବିଭାଗର ଉଦ୍ୟମ ଜାରି

State

ଟାଙ୍ଗୀ: ବୃହତ ଜଳରାଶି ‘ଚିଲିକା’ ଉପକୂଳ କାଳୁପଡାଘାଟ ଜେଟି ନିକଟସ୍ଥ ନଳଘାସରେ ଆଜି ସନ୍ଧ୍ୟାରେ ନିଆଁ ଲାଗିଛି। ସୂଚନା ପାଇ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାମରେ ନିୟୋଜିତ ଅଛନ୍ତି।
ସୂଚନା ଅନୁସାରେ ନଳଘାସରେ ଖରାଦିନେ କେତେକ ବ୍ୟକ୍ତି ଅଭ୍ୟାସଗତ ଭାବେ ନିଆଁ ଲଗାଇଦେଇଥାନ୍ତି। ଚଳିତ ଗ୍ରୀଷ୍ମ ଋତୁରେ ଏହା ମଧ୍ୟ ଦ୍ବିତୀୟ ଘଟଣା। ଶନିବାର ଦିନ ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୩ଟା ଭିତରେ ନିଆଁ ଲାଗିଥିଲା। ଘଟଣା ସଂପର୍କରେ ଏପରି ଖବର ପ୍ରଚାରିତ ହୋଇଗଲା ଯେ, ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଲା। ଖବର ପାଇ ଚିଲିକା ବନଖଣ୍ଡ ବନ୍ୟପ୍ରାଣୀ ଅଧିକାରୀ ଅମ୍ଳାନ ନାୟକ ସଦଳବଳେ ଘଟଣାସ୍ଥଳରେ ପହଁଚି ଅବସ୍ଥାର ଅନୁଧ୍ୟାନ କରିଥିବା ଜଣାପଡ଼ିଛିା ଡଙ୍ଗା ସାହାଯ୍ୟରେ ସେ ମଧ୍ୟ ଚିଲିକା ଭିତରକୁ ଯାଇ ସ୍ବଚକ୍ଷୁରେ ସମସ୍ତ ଘଟଣା ଦେଖିଥିଲେ। ଏହି ଅଗ୍ନିକାଣ୍ଡରେ ଗୋଟିଏ ହେଲେ ବାଘାଡି ମରିଥିବାର ସୂଚନା ନାହିଁ। ବାଘାଡ଼ିମାନେ ସ୍ଥଳଭାଗର ଉପକୂଳରେ ଥିବା ନଳଘାସରେ ପ୍ରାୟତଃ ବାସ କରନ୍ତି। ତେଣୁ ଚିଲିକା ଭିତରେ ଥିବା ନଳଘାସରେ କାଳୁପଡା ଅଂଚଳରେ ସେମାନେ ଆଦୌ ବାସ କରୁନଥିବା ଜଣାପଡ଼ିଛି। ରିପୋର୍ଟ ଲେଖାହେଲା ବେଳକୁ ଡିଏଫଓ ଚିଲିକା ଭିତରୁ କୂଳକୁ ଫେରିନଥୁବା ଜଣାପଡିଛି। ଏହି ନଳଘାସର ସୋରଣ ଠାରୁ କାଳୁପଡ଼ାଘାଟ ପାଣିଦୁଆର ପର୍ଯ୍ୟନ୍ତ ଚିଲିକାର ତଳେତଳେ ଲାଗିଥିବା ବେଳେ ଏହାର ଧୂଆଁ ବାୟୁ ମଣ୍ଡଳକୁ ମେଘ ଭଳି ଆଛାଦିତ କରିଥିବା ଦେଖିବାକୁ ମିଳିଥିଲା।
ବାଲୁଗାଁ ଡିଏଫ୍‌ଓ ଅମ୍ଲାନ ନାୟକ କହିଛନ୍ତି, ଚିଲିକାର କାଳୁପଡ଼ା ଘାଟ ସାମ୍ନା ନଳଘାସରେ ଆଜି ସନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗିଛି। ବନ ବିଭାଗ ୧୨ଟି ସ୍ଥାନ ମଧ୍ୟରୁ ୫ଟିରେ ନିଆଁ ଲଭାଇଛନ୍ତି। ନିଆଁ ଆଗକୁ କେମିତି ନ ବ୍ୟାପିବ, ସେଥି ପାଇଁ ବନ ବିଭାଗ ପଦକ୍ଷେପ ନିଆଯାଇଛି। ଡଙ୍ଗାରେ ପମ୍ପ ସେଟ୍‌ ନିଆଯାଇଥିଲା। ବ୍ୟାପିଥିବା ନିଆଁ ଉପରେ ପାଣି ସ୍ପ୍ରେ କରାଯାଉଛି। ବନ ବିଭାଗର ୬ଟି ଟିମ୍‌ରେ ୧୮ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ନିଆଁ କାହିଁକି ଲାଗିଲା, ସେନେଇ ତଦନ୍ତ ଚାଲିଛି। ଚିଳିକାକୂଳ ସନ୍ତସନ୍ତିଆ ହୋଇଥିବାରୁ ଏହି ଅଞ୍ଚଳରେ ଜୀବଜନ୍ତୁ ରହିଥାନ୍ତି।