B8c3bcb7 40ee 4b76 8743 F598e82f0168

ମଧୁସୂଦନ ଆଇନ୍ ବିଶ୍ବବିଦ୍ୟାଳୟରେ ଆଇନ୍ ସଚେତନତା କାର୍ଯ୍ୟକ୍ରମ

State

କଟକ :  ଜାନୁଆରୀ ୨୦ ତାରିଖ ଦିନ ମଧୁସୂଦନ ଆଇନ୍ ବିଶ୍ବବିଦ୍ୟାଳୟରେ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ କଟକ ଆନୁକୁଲ୍ୟରେ ଏକ ଆଇନ୍ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଯାଇଛି।

7016b550 Bc7f 420a A39d D749257096cb

ଉକ୍ତ କାର୍ଯ୍ୟ କ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ସଚିବ ଜଗଦୀଶ ଚନ୍ଦ୍ର ଜେନା, ଓକିଲ ବିଜୟ କୁମାର ପଣ୍ଡା, ରଜନୀକାନ୍ତ ଦାଶ, ଅର୍ପିତା ମହାପାତ୍ର ଅତିଥୀ ଭାବରେ ଯୋଗ ଦେଇଥିଲେ।

ଅଧ୍ଯାପିକା ହିରନ୍ମୟୀ ମିଶ୍ର ଅତିଥୀମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଭାରତ ସମ୍ବିଧାନ ଓ କର୍ମସ୍ଥଳୀରେ ମହିଳାମାନଙ୍କୁ ଯୌନ ଉତ୍ପୀଡ଼ନରୁ ରକ୍ଷା କରିବା ପାଇଁ ଥିବା ସମସ୍ତ ଆଇନ୍ ଉପରେ ସଚେତନ କରାଯଇଥିଲା ।  କାର୍ଯ୍ୟକ୍ରମ ଆରମ୍ଭ ଓ ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଶେଷରେ  ଅଧ୍ୟାପିକା ହିରଣ୍ମୟୀ ମିଶ୍ର ଧନ୍ୟବାଦ ଅର୍ପଣ କରିବା ପରେ ସଭା ସାଙ୍ଗ ହୋଇଥିଲା।