Aap 750x430

୩୭ ବିଧାନସଭାରେ ପ୍ରାର୍ଥୀ ଘୋଷଣା କଲା ଆମ୍ ଆଦମୀ ପାର୍ଟି , ସିପିଏମ୍ ଲଢ଼ିବ ଭୁବନେଶ୍ୱର ଲୋକସଭା

State

ଭୁବନେଶ୍ବର : ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ୍ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଛି । ସିପିଆଇ(ଏମ୍ ) ମଧ୍ୟ ଆଜି ଭୁବନେଶ୍ୱର ଲୋକସଭା ସମେତ ୭ଟି ବିଧାନସଭା ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ।
ସୂଚନା ଅନୁସାରେ, ସିପିଆଇଏମ୍ ରାଜ୍ୟ ସମ୍ପାଦକ ତଥା ବରିଷ୍ଠ ନେତା ସୁରେଶ ପାଣିଗ୍ରାହୀ ଚଳିତଥର ଭୁବନେଶ୍ୱର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସେହିପରି ବଣାଇ ବିଧାନସଭା ଆସନରୁ ଦଳ ପୁଣିଥରେ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ପ୍ରାର୍ଥୀ କରିଛି । ଆଦିବାସୀବହୁଳ ବଣାଇ ବିଧାନସଭା ସିପିଆଇ(ଏମ)ର ଗଡ଼ ଭାବେ ପରିଚିତ ଓ ଦଳର ପ୍ରାର୍ଥୀ ଏଠାରୁ ୩ଥର ବିଜୟୀ ହେଲେଣି । ସେହିପରି ନୀଳଗିରିରୁ ଯୋଗାନନ୍ଦ ଦାସ,ରଣପୁର-ସରୋଜ ନାୟକ, ଖୋର୍ଦ୍ଧା-ଗିରିଶ ମହାରଣା, ସାଲେପୁର-ବଦ୍ରିନାରାୟଣ ଦାସ, ମୋରଡ଼ା-ମୃତ୍ୟୁଞ୍ଜୟ ବେହେରା, ଚିତ୍ରକୋଣ୍ଡା-ରଘୁନାଥ ହେନ୍ତାଳଙ୍କୁ ଦଳ ପ୍ରାର୍ଥୀ କରିଛି ।
ସେହିପରି ଆମ୍ ଆଦମୀ ପାର୍ଟି ୩୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ପଦମପୁର-ବାଲ୍ମକୀ ନାୟକ, ବରଗଡ଼-ଆଶୀଷ ଶତପଥୀ, ଅତାବିରା-ଜୟକୃଷ୍ଣ ଛୁରିଆ, ଭଟଲୀ-ଶାହରୁଖ ଲୋଧିଆ, ବ୍ରଜରାଜନଗର-କୁମୁଦ ରଞ୍ଜନ ପ୍ରସାଦ, ବଣାଇ- କୁନି ମୁଣ୍ଡା, ରେଙ୍ଗାଳୀ-ସୀତାକାନ୍ତ ରୋହିଦାସ, ଉଦଳା-ରାଜକିଶୋର ମାରାଣ୍ଡି, ମୋରଡ଼ା-ଶଙ୍କର୍ଷଣ ମିଶ୍ର, ବଡ଼ଚଣା-ବିଜୟ ଦାସ, ଢେଙ୍କାନାଳ- ଭରତ କୁମାର ଦାସ, ଅନୁଗୁଳ-ଦୀପ୍ତିମୟୀ ଦାଶ, ବଲାଙ୍ଗୀର-ଆଶୀଷ ପାଣ୍ଡେ, ଭବାନୀପାଟଣା-ରମେଶ ନାଏକ, ନର୍ଲା- ପୃଥ୍ୱୀରାଜ ଛତ୍ରିଆ, ଜି.ଉଦୟଗିରି-ଯଉବନ ମଲ୍ଲିକ, ବୌଦ୍ଧ-ସ୍ମୃତି ସରସ୍ୱତୀ ସ୍ୱାଇଁ, ଆଠଗଡ଼- ଦେବୀପ୍ରସାଦ ମହାପାତ୍ର, ଚୌଦ୍ୱାର କଟକ- ବିଜୟଲକ୍ଷ୍ମୀ ମହାପାତ୍ର, ମାହାଙ୍ଗା- ଶାରଦା ପ୍ରସାଦ ଦାଶ, ପାଟକୁରା-ଅଶୋକ କୁମାର ତ୍ରିପାଠୀ, ମହାକାଳପଡ଼ା-ବୈବାମନୁ ବେଉରା, ବାଲିକୁଦା ଏରସମା- ବରଦା ପ୍ରସନ୍ନ ସାହୁ, ପୁରୀ-ସତ୍ୟଜିତ ମହାନ୍ତି, ବ୍ରହ୍ମଗିରି-ଅଶ୍ୱିନୀ କୁମାର ସାମନ୍ତ ସିଂହାର, ଭୁବନେଶ୍ୱର ଉତ୍ତର- ସୋମନାଥ ରାଉତ, ଦଶପଲ୍ଲା-ଅଶୋକ ନାୟକ, ଭଞ୍ଜନଗର- କବିରାଜ ବେହେରା, ଛତ୍ରପୁର- ରିତୁ କୁମାରୀ ସେଠୀ, ଗୋପାଳପୁର- ପି ନୀଳକଣ୍ଠ, ବ୍ରହ୍ମପୁର- ସୁବାସ ଚନ୍ଦ୍ର ରାଉତ, ଦିଗପହଣ୍ଡି- ପି ମନୋଜ କୁମାର, ଚିକିଟି- ଡୁକା ଶ୍ରୀନିବାସ, ପାରଳାଖେମୁଣ୍ଡି- ମନୋଜ ବଡ଼ନାଏକ, ଜୟପୁର-ଗୌରୀଚରଣ ଦେବଶର୍ମା, କୋରାପୁଟ-କର୍ପୁର ହନ୍ତାଳ, ଚିତ୍ରକୋଣ୍ଡା-ଶରତ ଚନ୍ଦ୍ର ବୁରୁଡ଼ାଙ୍କୁ ଦଳ ପ୍ରାର୍ଥୀ କରିଛି ।
ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକସଭାରୁ ବରିଷ୍ଠ ସିପିଆଇଏମ୍ ନେତା ଜନାର୍ଦ୍ଦନ ପତି ପ୍ରାର୍ଥୀ ହୋଇଥିଲେ । କଂଗ୍ରେସ ଏଠାରେ ପ୍ରାର୍ଥୀ ନଦେଇ ଶ୍ରୀ ପତିଙ୍କୁ ସମର୍ଥନ ଦେଇଥିଲେ ମଧ୍ୟ କଂଗ୍ରେସ ଭୋଟକୁ ବିରୋଧୀ ଦଳ ହାତେଇବାରେ ସକ୍ଷମ ହୋଇଥିଲେ । ମାତ୍ର ଚଳିତଥର ଦଳ ନିଜର ବରିଷ୍ଠ ନେତା ସୁରେଶ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି ଓ କଂଗ୍ରେସ ବି ନିଜର ଲେକାସଭା ପ୍ରାର୍ଥୀ ଭାବେ ପ୍ରଦେଶ ଛାତ୍ର ସଭାପତି ୟାସିର ନୱାଜଙ୍କୁ ମଇଦାନକୁ ଓହ୍ଲାଇଛି ।