Onn 3

ନୋଟିସ ଜାରି କଲେ ରାଜ୍ୟ ପରିବହନ ଆୟୁକ୍ତ

State

ଭୁବନେଶ୍ବର: କଡାକଡି ହେବ ସେଣ୍ଟ୍ରାଲ ମୋଟର ଭେଇକିଲ ରୁଲ  । ପରିବହନ ଗାଡିରେ ଲାଗି ଭିଏଲଟି  ଓ ପାନିକ୍ ବଟନ୍  । ଏନେଇ ରାଜ୍ୟ ପରିବହନ ଆୟୁକ୍ତଙ୍କ ପକ୍ଷରୁ ଏକ ସାର୍ବଜନୀନ ନୋଟିସ୍ ଜାରି କରିଛନ୍ତି । ସାର୍ବଜନୀନ ପରିବହନ ସେବା ଯୋଗାଉଥିବା ଗାଡ଼ିରେ ଭେହିକିଲ୍ ଲୋକସନ୍ ଟ୍ରାକିଂ ଡିଭାଇସ୍ ଓ ପ୍ୟାନିକ ବଟନ ନଥିଲେ ଆସନ୍ତା ମାସ ପହିଲାରୁ ପଞ୍ଜିକରଣ ହେବନି । ସେପ୍ଟେମ୍ବର ୩୦ ପୂର୍ବରୁ ପଞ୍ଜିକୃତ ହୋଇଥିବା ଗାଡ଼ିରେ ଚଳିତ ବର୍ଷ ଶେଷ ସୁଦ୍ଧା ଏହି ଡିଭାଇସ୍ ସଂଯୋଗ ବାଧ୍ୟତାମୂଳକ ।

ଯାତ୍ରୀବାହୀ ବସ୍ , ଶିକ୍ଷାନୁଷ୍ଠାନ ବସ୍, ଆମ୍ବୁଲାନ୍ସ, ସବୁପ୍ରକାରର କ୍ୟାବ୍, ଓମିନି ବସ୍, ମୋଟର କ୍ୟାବ୍, ଓମ୍ନି ବସ୍ , ଆମ୍ବୁଲାନ୍ସ, ପ୍ରାଇଭେଟ୍ ସର୍ଭିସ୍ ଗାଡ଼ି ଓ ନ୍ୟାସନାଲ ପରମିଟ୍ ଥିବା ମାଲବାହୀ ଗାଡ଼ିଗୁଡ଼ିକ ପାଇଁ ଏହି ନିୟମ ପ୍ରଯୁଜ୍ୟ ।  କେବଳ ଦୁଇ ଚକିଆ, ତିନିଚକିଆ ଓ ରିକ୍ସା ଏଥିରୁ ବାଦ୍ ପଡ଼ିଛି । ଯାତ୍ରୀଙ୍କ ନିରାପତ୍ତାକୁ  ଆଖି ଆଗରେ ରଖି  ଏହି ଭିଏଲଟିଡ଼ି ଡିଭାଇସ୍ ଖଞ୍ଜିବାକୁ କୁହାଯାଇଛି ।

ଧାର୍ଯ୍ୟ ସମୟସୀମାରେ ଡିଭାଇସ୍ ଖଞ୍ଜି ନପାରିଲେ ସମ୍ପୃକ୍ତ ଗାଡ଼ିର ଫିଟନେସ୍ ବାତିଲ କରାଯିବ। ଆରଟିଓରେ ଗାଡ଼ିର ମାଲିକାନା ପରିବର୍ତ୍ତନ, ପରମିଟ୍, ନ୍ୟାସନାଲ ପରମିଟ୍ ଆଦି କାଗଜପତ୍ର କାମ ହୋଇପାରିବନାହିଁ । ଭିଏଲଟିଡ଼ି ସଂଯୋଗ ପାଇଁ ପରିବହନ ବିଭାଗ ପକ୍ଷରୁ ଏକ ୱେବସାଇଟ୍ ଜାରି କରାଯାଇଛି । ଏଥିରେ ଗାଡି ମାଲିକ ମାନେ ଭିଏଲଟିଡ଼ି ସଂଯୋଗ କରିପାରିବେ  । ଭିଏଲଟି ଓ ପାନିକ୍ ବଟନ୍ ଲଗାଇବା ନେଇ ଗତ ଜୁଲାଇ ୧୭ ତାରିଖରେ ନିୟମ ନୋଟିଫିକେସନ୍ କରିଥିଲା ରାଜ୍ୟ ପରିବହନ ବିଭାଗ  ।