Image 24

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ ମୋହନ ମାଝୀ

Politics State

ଭୁବନେଶ୍ୱର: ଗୋପବନ୍ଧୁ ଛକରେ ବରପୁତ୍ରଙ୍କୁ ମାଲ୍ୟାର୍ପଣ କଲେ ମୋହନ ମାଝୀ। ତାଙ୍କ ସହ କେଭି ସିଂହଦେଓ ଓ ପ୍ରଭାତି ପରିଡ଼ା ମଧ୍ୟ ମାଲ୍ୟାର୍ପଣ କରିଛନ୍ତି। ଆଜିଠାରୁ ଓଡ଼ିଶାରେ ବିଜେପି ସରକାର ଆରମ୍ଭ ହେବାକୁ ଯାଉଛି। ମୋହନ ମାଝି ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ଗଣମାଧ୍ୟମକୁ ମୋହନ ମାଝୀ ପ୍ରତିକ୍ରିୟା ଦେଇଛନ୍ତି। ଶପଥ ପାଠ ପରେ ଶହେ ଦିନର କାର୍ଯ୍ୟକ୍ରମ ବାବଦରେ ଅବଗତ କରିବୁ ବୋଲି କହିଛନ୍ତି ମୋହନ ମାଝୀ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୋହନ କହିଛନ୍ତି, ସାଢ଼େ ୪ କୋଟି ଓଡ଼ିଆଙ୍କ ବିକାଶ ପାଇଁ କାମ ଆରମ୍ଭ ହେବ। ଶପଥ ପାଠ ପରେ ୧୦୦ ଦିନର କାର୍ଯ୍ୟକ୍ରମ ବାବଦଦରେ ଅବଗତ କରିବୁ । ଆଦିବାସୀ ଅଞ୍ଚଳରୁ ଆସିଛି ଓ ସେମାନଙ୍କ କାମ ନିଶ୍ଚିୟ କରିବି। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ବହୁତ କାମ ପଡ଼ିରହିବା ସହିତ ସେମାନଙ୍କ ଅଞ୍ଚଳର ମଧ୍ୟ ଅନେକ କାର୍ଯ୍ୟ ହୋଇପାରିନି। ସେମାନଙ୍କ ଅଞ୍ଚଳରେ ବିକାଶ କିପରି ପହଞ୍ଚତ୍ବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ।

ଗତ ସରକାରରେ ଏନେଇ ଚିନ୍ତା କରାଗଲା ନାହିଁ। ତେଣୁ ଦଳର ଚିନ୍ତାଧାରାକୁ ନେଇ ବିଜେପି ସଂକଳ୍ପପତ୍ରରେ ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ସବୁ କଥା ପୂରଣ କରିବା ଦିଗରେ କାର୍ଯ୍ୟ କରାଯିବ। ଏବେ ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ଆସିପାରିଛି। ରାଜ୍ୟରେ ଆସନ୍ତା ୫୦ ବର୍ଷ ପାଇଁ କିପରି ବିକାଶମୂଳକ କାର୍ଯ୍ୟ ହେବ, ସେନେଇ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି।