Img 20250120 Wa0185

ଜୀବନର ଲକ୍ଷ୍ୟ ପୂରଣରେ ଦକ୍ଷତା ବିକାଶର ଭୂମିକା କାର୍ଯ୍ୟକ୍ରମ ଅନୁଷ୍ଠିତ

State

ବାରିପଦା : ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାରିପଦା ଉପଖଣ୍ଡ ସ୍ତରୀୟ ଜୀବନର ଲକ୍ଷ୍ୟ ପୂରଣରେ ଦକ୍ଷତା ବିକାଶର ଭୂମିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ବାରିପଦା ଉପଖଣ୍ଡର ୧୦ ଟି ବ୍ଲକର ନବମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ପ୍ରବନ୍ଧ (ସିନିୟର) ରେ ଓଡିଶା ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳର ଧ୍ରୁବଲୋଚନ ବେହେରା, ଜୁନିୟରରେ ଏମ କେ ସି ଉଚ୍ଚ ବିଦ୍ୟାଳୟର ସୁହାନା ପରବିନ, ଭାଷଣ (ସିନିୟର) ରେ ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳର କଲ୍ୟାଣୀ ଦେଓ ଓ ଜୁନିୟରରେ ଅରଜ୍ୟୋତି ପ୍ରଧାନ, କୁଇଜ (ସିନିୟର) ରେ ଏମ ପି ସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାହିଲ କୁମାର ମହାନ୍ତ, ଜୁନିୟର ରେ ପାଇକସାହି ଏସ ଡି ସରକାରୀ ଉଚ୍ଚ ବିଦ୍ୟାଳୟର ମୋନାଲିସା ବେହେରା, ଚିତ୍ରାଙ୍କନ (ସିନିୟର) ରେ ଓଡିଶା ଆଦର୍ଶ ବିଦ୍ୟାଳୟ, ରାଣୀଭୋଳ ର ବିନାୟକ ପ୍ରିତମ ବେହେରା ଏବଂ ଜୁନିୟର ବିଭାଗରେ ଦ୍ୱାରସୁଣୀ ସରକାରୀ ବାଳିକା ବିଦ୍ୟାଳୟର ଝାନ୍ସୀ ମହାନ୍ତ ପ୍ରମୁଖ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି I ଗୋଷ୍ଠୀ ଶିକ୍ଷା ଅଧିକାରୀ ନଳିନୀକାନ୍ତ ପ୍ରଧାନଙ୍କ ଦିଗଦର୍ଶନରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପସ୍ୱିନୀ ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ବିଚାରକ ଭାବେ ଡି ଆଇ ଇ ଟି ର ଶିକ୍ଷକ ପ୍ରଶିକ୍ଷକ ବଶିଷ୍ଠ କୁମାର ନାୟକ, ଯୋଗେଶ୍ୱର ଘୋଷ ମହାପାତ୍ର, ବରିଷ୍ଠ ଶିକ୍ଷକ ବାଞ୍ଛାନିଧି ପଣ୍ଡା କାର୍ଯ୍ୟ ତୁଲାଇଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୋମନାଥ ସିଂହ, ସି ଆର ସି ସି ଧନଞ୍ଜୟ ସାହୁ, ଗୀତିକା ବେହେରା, ଭବାନୀ ଶଙ୍କର ସିଂହ, ରାଜକିଶୋର ସେଠୀ ତଥା ଚୈତନ ପ୍ରସାଦ ମାର୍ଣ୍ଡି, ଅଜିତ କୁମାର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ I