Medal

ପାରା ଆଥଲେଟ୍ ପାୟଲ ନାଗଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

BREAKING NEWS Crime sports State

ଭୁବନେଶ୍ବର: ରାଜସ୍ଥାନର ଜୟପୁରରେ ହେଉଥିବା ଜାତୀୟ ତୀରନ୍ଦାଜର ଖେଳରେ ପାୟଲ ନାଗ ପାଇଛନ୍ତି ଗୋଲ୍ଡ ମେଡାଲ । ପାୟଲ ଜଣେ ଗରିବ ଶ୍ରେଣୀର ହୋଇଥିବା ବେଳେ, ନିଜ ପରିବାର ନିଜ ପେଟ ପାଟଣା ପାଇଁ ସେ ଦାଦନ ଖଟିବାକୁ ଯାଉଥିଲେ ।  ତେବେ ୨୦୧୫ ମସିହା ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା ।  ପାୟଲ ତାଙ୍କ ପରିବାର ସହ ଛତିଶଗଡକୁ ଦାଦନ ଖଟି ଯାଇଥିଲେ । ସେହି ସମୟରେ ସେଠାରେ ଖେଳୁଥିବାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ପାୟଲ ।

ସେହି ଦୁର୍ଘଟଣାରେ ପାୟଲ ନିଜର ଦୁଇଟି ହାତ ଏବଂ ଗୋଡ ହରାଇଥିଲେ । ସେହି ସମୟରେ ଏହି ଖବର ଗଣମାଧ୍ୟମର ଶିରୋନାମ ପାଲଟିଥିଲା । ବଲାଙ୍ଗିର ଜିଲ୍ଲପାଳ ସହଯୋଗର ହାତ ବଢ଼ାଇ ପାୟଲଙ୍କ ପାଠ ପଢା ସହ ଖେଳ ରୁଚି ଉପରେ ଆଗ୍ରହ ଦେଖି ତାଙ୍କ ତୀରନ୍ଦାଜରେ ଅଭ୍ୟାସ କରାଇଥିଲେ । ତେବେ ବର୍ତମାନ ରାଜସ୍ଥାନ ଜୟପୁରରେ ହେଉଥିବା ଜାତୀୟ ତୀରନ୍ଦାଜରେ ଭଲ ପ୍ରଦର୍ଶନ ଦେଖାଇ ଗୋଲ୍ଡ ମେଡାଲ ହାସଲ କରିଛନ୍ତି ପାୟଲ ।

ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜର ପ୍ରତିଭାରେ ଦେଶ ପାଇଁ ଗର୍ବ ଆଣିଥିବାବେଲେ ଏହାର ପଛରେ ସେହି ସମୟର ପ୍ରଶାସନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ । ଏହି ଘଟଣା ପ୍ରଚାର ହେବା ପରେ ଏବେ ସାରା ଅଞ୍ଚଳରେ ଏବେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ନିଜର ଉଦ୍ୟମ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ପାୟଲଙ୍କ ଅକ୍ଷମତା । ତେଣୁ ସମସ୍ତ ଦିବ୍ୟାଙ୍ଗଙ୍କ ପାଇଁ ସେ ହେଉଛନ୍ତି ପ୍ରେରଣା । କେବେ ବି ନିଜକୁ ଦିବ୍ୟାଙ୍ଗ ନ ଭାବି ନିଜର କାର୍ଯ୍ୟକ୍ଷେତ୍ରରେ ଦୃଢ଼ ପ୍ରତିପାଦନ କରି ସେ ଆଜି ପାଇଛନ୍ତି ପାୟଲ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରା ଆଥଲେଟ୍ ପାୟଲ ନାଗଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସ‌ରେ କହିଛନ୍ତି, ନିଜର କଠିନ ପରିଶ୍ରମ ବଳରେ ଷଷ୍ଠ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ବିଜେତା ଓଡ଼ିଶାର ଗର୍ବ।

ମୁଁ ପାରା ଆଥଲେଟ୍ ପାୟଲ ନାଗଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଶାରୀରିକ ଦିବ୍ୟାଙ୍ଗତା ସତ୍ତ୍ୱେ ନିଜର ଲକ୍ଷ୍ୟ ପୂରଣ ପାଇଁ ତାଙ୍କର ନିଷ୍ଠା, ଏକାଗ୍ରତା ଏବଂ ପ୍ରୟାସ ଆଜି ତାଙ୍କୁ ସଫଳତା ଆଣିଦେଇଛି।

ତାଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ମୁଖ୍ୟମନ୍ତୀ ସୋସିଆଲ ମିଡିଆ ଏକ୍ସ‌ରେ ଲେଖିଛନ୍ତି।