Onn 3

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର; ହତ୍ୟା ହୋଇଥିବା ଅଭିଯୋଗ

Crime State

ନିଶ୍ଚିନ୍ତକୋଇଲି:ମହମ୍ମଦପୁର ପଞ୍ଚାୟତ ଚିତ୍ରୋତ୍ପଳା ସେତୁ ତଳେ ଥିବା ଏକ ଦେବଦାରୁ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଲେ ନରେନ୍ଦ୍ରପୁର ପଞ୍ଚାୟତ ଗଡ଼ିଜଙ୍ଗ ରାମେଶ୍ୱରପୁର ଗ୍ରାମର ବବୁଲ ମଳିକ ଓରଫ ବାଇଆ । ପୂର୍ବରୁ ମୁତ ଯୁବକ ଜଣକ ଏକ ଯାତ୍ରା ପାର୍ଟିରେ କାର୍ଯ୍ୟ କରୁଥିଲେ ।

ଏବେ ଛୁଟି ଥିବାରୁ ସେ ଘରେ ଆସି ଏକ ଟେଣ୍ଡ ହାଉସ ରେ ଦୈନିକ କାର୍ଯ୍ୟ କରୁଥିଲେ । ଶନିବାର ସକାଳେ ଘରୁ ଖାଇପିଇ କାମ କରିବା ପାଇଁ ଯାଇଥିଲେ । ମଧ୍ୟାହ୍ନ ସମୟରେ ପୋଲ ତଳେ ଥିବା ଦେବଦାରୁ ଗଛରେ ବେକରେ ରଶି ଲଗାଇ ଝୁଲୁଥିବା ଏବଂ ତାଙ୍କ ହାତ ଗଛ ଡ଼ାଳରେ ଲାଗିଥିବା କେତେକ ଲୋକ ଦେଖିଥିଲେ । ଏ ସଂକ୍ରାନ୍ତରେ ପୋଲିସକୁ ଖବର ଦିଆଯିବା ପରେ ମୃତ ଦେହ ଉଦ୍ଧାର କରାଯାଇଥିଲା । ପରିବାର ଲୋକେ ବାଇଆ କୁ କେହି ଦୁର୍ବୁତ୍ତ ହତ୍ୟା କରି ଗଛରେ ଟଙ୍ଗାଇ ଦେଇଥିବା ସନ୍ଦେହ କରୁଛନ୍ତି । ଏ ସଂକ୍ରାନ୍ତରେ କିଶୋରନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି ।