Img 20240812 Wa0163

ପବିତ୍ର ରାକ୍ଷୀ ପୁର୍ଣିମା ଉପଲକ୍ଷେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

State

ବାରିପଦା: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପୋଲିସ୍ ପବ୍ଲିକ ପ୍ରେସ ଓ ପିପିପି ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଅଛି I ଏହି ଅବସରରେ ଉଭୟ ସଂସ୍ଥାର ସଦସ୍ୟ/ ସଦସ୍ୟା ମାନଙ୍କୁ ନେଇ ବଡବଜାର ସ୍ଥିତ ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଆଗାମୀ ରାକ୍ଷୀ ପୂର୍ଣ୍ଣିମା ଦିନ ଟ୍ରଷ୍ଟର ସମସ୍ତ ସଦସ୍ୟା ମାନେ ବୃକ୍ଷକୁ ରାକ୍ଷୀ ବାନ୍ଧିବା ନିମନ୍ତେ ସ୍ଥିର କରାଯାଇଛି l “ଆଜିର ଅବଦାନ ଆସନ୍ତାକାଲି ପାଇଁ ପ୍ରକୃତିର ବରଦାନ” ଉକ୍ତିକୁ ସଫଳ କରିବା ପାଇଁ ବୃକ୍ଷ ରୋପଣ କରି ଏକ ସାମାଜିକ ଜଙ୍ଗଲ ସୃଷ୍ଟି କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ l କୁଚେଇ ଠାରୁ ଆଡ଼ଶିଳି ଦେଇ କୁଳିଅଣା ପର୍ଯ୍ୟନ୍ତ ହନୁମାନ ବାଟିକା ଅଂଚଳକୁ ସଂଯୋଗ କରୁଥିବା ରାସ୍ତା ର ଉଭୟ ପାର୍ଶ୍ୱ ରେ ଓ ବିଦ୍ୟାଳୟ ମାନଙ୍କରେ ବୃକ୍ଷ୍ୟ ରୋପଣ ପାଇଁ ସ୍ଥିର କରାଗଲା I ଏହି କାର୍ଯ୍ୟକ୍ରମରେ ଉକ୍ତ ଅଂଚଳ ମାନଙ୍କର ସରପଞ୍ଚ ଓ ଗ୍ରାମବାସୀ ମାନଙ୍କୁ ମଧ୍ୟ ସାମିଲ କରାଯିବ I ଏହି କାର୍ଯ୍ୟକ୍ରମ ରେ ପିପିପି ଟ୍ରଷ୍ଟ ର ପ୍ରତିଷ୍ଠାତା ଡ଼ଃ ଅକ୍ଷୟ କୁମାର ମହାନ୍ତି, ଅଧ୍ୟକ୍ଷ ଶରତ ଚନ୍ଦ୍ର ନାୟକ, ପୂଜା କମିଟିର ସଭାପତି ଉଦୟ ନାଥ ଜେନା, ସମ୍ପlଦକ ବିମୋଲଲୋଚନ ପାଣିଗ୍ରାହୀ, ସଦସ୍ୟ ବିପ୍ଳବ କୁମାର ଦାଶ, ସଂଜୀବ କୁମାର ସାହୁ, ଅଫିସ କାର୍ଯ୍ୟକାରିଣୀ ସୁମିତା ଚୌବେ, ସସ୍ମିତା ମହାନ୍ତି, ବିଷ୍ଣୁପ୍ରିୟା ଦାସ, ଅମ୍ରିତା ରେଖା ରାୟ, ଜୟନ୍ତୀ ରାଉତ, ବିଛିନି ବିନ୍ଧାଣି ଉପସ୍ଥିତ ରହି କାର୍ଯ୍ୟକ୍ରମ କିପରି ସୁଚାରୁ ରୂପେ ସମ୍ପାଦନ କରିହେବ ସେ ବିଷୟରେ ଆଲୋଚନା କରିଥିଲେ l