Img 20240812 Wa0219

ବଡଦାଣ୍ଡରେ ଶ୍ରୀ ଗୁରୁ ଭାଗବତ ଟୁଙ୍ଗୀ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ଉଦଘାଟିତ

State

ବାରିପଦା: ବଡବଜ଼ାରରେ ମୟୁରଭଞ୍ଜ ଶ୍ରୀ ଗୁରୁ ଭାଗବତ ଟ୍ରଷ୍ଟ ଆନୁକୂଲ୍ୟରେ ନବ ନିର୍ମିତ ବଡଦାଣ୍ଡ ଶ୍ରୀ ଗୁରୁ ଭାଗବତ ଟୁଙ୍ଗୀକୁ ଆଜି ଗୁରୁଜୀ ଡ଼. ଚନ୍ଦ୍ରଭାନୁ ଶତପଥୀ ଉଦଘାଟନ କରିଥିଲେ l ଏହି ଉଦଘାଟନ ଉତ୍ସବ ରେ ଉପସ୍ଥିତ ଟୁଙ୍ଗୀର ଭକ୍ତ ମାନଙ୍କୁ ଉଦବୋଧନ ଦେଇ ଗୁରୁଜୀ କହିଲେ ଭାଗବତ ହେଉଛି ପ୍ରକୃତରେ ଭାବଗତ l ଗୁରୁ ଓ ଶିଷ୍ୟ ଭାବରେ ବନ୍ଧା l ଓଡ଼ିଆ ସଂସ୍କୃତିର ପୁରାତନ ଟୁଙ୍ଗୀ ପରମ୍ପରା କୁ ଆଧାର କରି ଓଡିଶା ର ପୁରପଲ୍ଲୀ ରେ ଆଜି ଶ୍ରୀ ଗୁରୁ ଭାଗବତ ଟୁଙ୍ଗୀ ସବୁ ନିର୍ମିତ ହେଲାଣି ଯୋଉଠି ନିୟମିତ ଶ୍ରୀ ଗୁରୁ ଭାଗବତ ପରାୟଣ ହେଉଛି l ଗତ ୯ ତାରିଖରେ ଭୁବନେଶ୍ୱର ରେ ସମ୍ମାନନୀୟ ଓଡିଶାର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଓଡ଼ିଆ ଶ୍ରୀ ଗୁରୁ ଭାଗବତ ର ନବମ ଖଣ୍ଡ ଓ କୋଷାଳୀ ଏବଂ ସାନ୍ତାଳୀ ଭାଷାରେ ଅନୁବାଦିତ ଶ୍ରୀ ଗୁରୁ ଭାଗବତ ଲୋକାର୍ପିତ ହୋଇଥିବା କଥା ଗୁରୁଜୀ ସମବେତ ଭକ୍ତଙ୍କୁ କହିଥିଲେ l ଦଶମ ଖଣ୍ଡ ଟି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ଉତ୍ସର୍ଗୀକୃତ ହେବ ବୋଲି ଗୁରୁଜୀ କହିଥିଲେ l ଏହି ଅବସରରେ ଟ୍ରଷ୍ଟ ର ସଭାପତି କୀର୍ତ୍ତି ମୋହନ ମହାନ୍ତିଙ୍କ ସମେତ ତରୁଣ ଦାସ, ମନୋଜ ମହାନ୍ତ, ଅମିତାଭ ପଟ୍ଟନାୟକ, ରାକେଶ ପାଣିଗ୍ରାହୀ, ଦୁଷ୍ମନ୍ତ ସେଠି, ବିଶ୍ଵମୋହନ ବାରିକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରୁଥିଲେ l ଶେଷରେ ସ୍ଥାନୀୟ କଳାକାର ଚନ୍ଦନ ଭଞ୍ଜ ଓ ପୋଲିନା ସରଘରିଆ ଭଜନ ପରିବେଷଣ କରିଥିଲେ l