Onn 3

ଏମ୍ବରେଡି ଏବଂ ମାଗମ୍ ସିଲାଇ ତାଲିମ କାର୍ଯ୍ୟକ୍ରମ

State

ଗଜପତି: ଗଡ଼ ସ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ନାବାର୍ଡ ସହାୟତାରେ ଆୟୋଜନ କରାଯାଇ ଥିବା ଏକ ଏମ୍ବରେଡି ଏବଂ ମାଗମ କାର୍ଯ୍ୟ ସମ୍ବନ୍ଧରେ ଏକ 15 ଦିନିଆ ତାଲିମ କାର୍ଯ୍ୟକ୍ରମର ଉଦଯାପନି ସମାରୋହ ରାଣୀ ପେଣ୍ଠ ପଞ୍ଚାୟତ ର ସମ୍ମିଳନୀ ଗୃହ ଠାରେ ଆୟୋଜିତ ହୋଇଥିଲା। ଏହି ତାଲିମ 30 ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଏମ୍ବରେଡି ଏବଂ ମାଗ ସ୍ ସିଲେଇ କାର୍ଯ୍ୟ ତାଲିମ କୁଶଳୀ ତାଲିମଦାତାଙ୍କ ଦ୍ଵାରା ପ୍ରଦାନ କରାଯାଇ ଥିଲା।

ଏହି ଉଦଯାପନି ସମାରୋହରେ ଗଜପତି LDM ମହେଶ୍ବର ମଣ୍ଡଳ,LDM ନାବାର୍ଡ ପ୍ରତୀକ ପଣ୍ଡା, ରାଣୀପେଣ୍ଠ ସରପଞ୍ଚ ପି ଅରୁଣା ଏବଂ ତାଲିମଦାତ୍ରୀ ରଞ୍ଜିତା ପଟ୍ଟନାୟକ ଯୋଗ ଦେଇ ତାଳିମାର୍ଥୀ ମାନେ ଆଗାମୀ ଦିନରେ ଏହି ତାଲିମରେ ଶିଖିଥିବା କୌଶଳକୁ ବୃଦ୍ଧି କରି ଆର୍ଥିକ ଉପାର୍ଜନ କରିବା ପାଇଁ ଚେଷ୍ଟା କରିବା ପାଇଁ ପରାମର୍ଶ ଦେଇଥିଲେ।ନାବାର୍ଡ ଅଧିକାରୀ ପ୍ରତୀକ ପଣ୍ଡା କହିଥିଲେ ଯେ ସେମାନେ ଏହି କାର୍ଯ୍ୟ କରିବା ପରେ ଅଧିକା ତାଲିମ ଯଦି ଦରକାର ପଡେ ତାହାବି ସେମାନଙ୍କୁ ଯୋଗାଇ ଦିଆଯିବ।କାର୍ଯ୍ୟକ୍ରମ ଶେଷରେ ଅତିଥି ମାନେ ତାଳିମାର୍ଥୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଗଡ଼ସ୍ ଅନୁଷ୍ଠାନର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ।