Onn 3

୨୦୨୪ ନିର୍ବାଚନ ପାଇଁ ବ୍ଲକ ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

Politics State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳର ଏକ କାର୍ଯ୍ୟକାରିଣୀ ବୈଠକ ସୁକରପଡ଼ା ଡ଼ାକବଙ୍ଗଳା ପରିସରରେ ରେ ଅନୁଷ୍ଠିତ ହୋଇଛି । ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତିଙ୍କ ପୈାରହିତ୍ୟରେ ଏଥିରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରତାପ ଜେନା ଯୋଗ ଦେଇ ବିଜେଡ଼ି ସରକାରଙ୍କ ସଫଳତା ଏବଂ ବିଭିନ୍ନ କ୍ଷେତ୍ରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ଓ ଜନକଲ୍ୟାଣ ଯୋଜନା ସଂକ୍ରାନ୍ତ ବାର୍ତ୍ତା ଘରେ ଘରେ ଯାଇ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ପ୍ରତ୍ୟେକ ବିଜେଡ଼ି କର୍ମୀମାନେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ । ଏହାଛଡ଼ା ପ୍ରତ୍ୟେକ ପଞ୍ଚାୟତରେ ସର୍ବନିମ୍ନ ୨୧ ଓ ସର୍ବାଧିକ ୩୦ ଜଣ ସଦସ୍ୟକୁ ନେଇ ବିଜେଡ଼ି ପଞ୍ଚାୟତ କମିଟି ଗଠନ କରିବା, ସେହିପରି ପ୍ରତ୍ୟେକ ୱାର୍ଡ଼ରେ ୨୧ ଜଣ ସଦସ୍ୟଙ୍କୁ ନେଇ ବିଜେଡ଼ି ୱାର୍ଡ଼ କମିଟି ଗଠନ କରିବା ପାଇଁ ସ୍ଥିର ହୋଇଥିଲା ।

ସେହିଭଳି ପଞ୍ଚାୟତରେ ଓ ୱାର୍ଡ଼ରେ ବିଜୁ ଯୁବ ଜନତା ଦଳ କମିଟି, ବିଜୁ ଛାତ୍ର ଜନତା ଦଳ କମିଟି, ବିଜୁ ମହିଳା ଜନତା କମିଟି, ବିଜୁ ସଂଖ୍ୟାଲଘୁ ଜନତା ଦଳ କମିଟି, ବିଜୁ କୃଷକ ଜନତା ଦଳ କମିଟି ଆଦି ସମାନ ସଦସ୍ୟମାନଙ୍କୁ ନେଇ ଗଠନ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ଏହାଛଡ଼ା ପ୍ରତି ପଞ୍ଚାୟତରେ ଅନ୍ୟ ଦଳର କର୍ମୀମାନଙ୍କୁ ବିଜେଡ଼ିରେ ମିଶାଇବା ପାଇଁ ତାଲିକା ପ୍ରସ୍ତ୍‌ୁତ କରିବା, ପ୍ରତି ପଞ୍ଚାୟତରେ କାର୍ଯ୍ୟକାରିଣୀ ବୈଠକ ଡ଼କାଇ ସାଂଗଠନିକ ଆଲୋଚନା କରିବା ଏବଂ ଅଧିକ ରୁ ଅଧିକ ଭୋଟର ତାଲିକାରେ ନୂଆ ନାମ ଯୋଡ଼ିବା ଆଦି କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଏଭଳି ହେବା ଦ୍ୱାରା ବିଜୁ ଜନତା ଦଳ ତୃଣମୂଳ ସ୍ତରରେ ସଂଗଠନ ମଝବୁତ ହେବା ସହିତ ଶତପ୍ରତିଶତ ସଫଳତା ମିଳିପାରିବ ବୋଲି ବୈଠକ ରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, , ବରିଷ୍ଠ ବିଜେଡ଼ି ନେତା ଦେବେନ୍ଦ୍ରନାଥ ସାହୁ, ଜ୍ୟୋତିପ୍ରକାଶ ସ୍ୱାଇଁ,ମହିଳା ନେତ୍ରୀ ରେଖାରାଣୀ ସାମନ୍ତରାୟ, ଧିରେନ୍ଦ୍ର ବେହେରା, ହିମାଂଶୁ ଶେଖର ମହାନ୍ତି , ମାଇନରିଟି ସେଲ ଜିଲ୍ଲା ଉପସଭାପତି ଜାକିର ଖାଁ ଙ୍କ ସମେତ ସରପଞ୍ଚ , ସମିତିସଭ୍ୟ ସଭ୍ୟା , ଜିଲ୍ଲାପରିଷଦ ସଭ୍ୟ ସଭ୍ୟା,ପଞ୍ଚାୟତ ସଭାପତି ଗଣ, ପଞ୍ଚାୟତ ବିଜେଡ଼ି ପର୍ଯ୍ୟବେକ୍ଷକ ଗଣ , ବ୍ଲକ ସ୍ତରୀୟ ସମସ୍ତ କର୍ମକର୍ତ୍ତା ଏଥିରେ ଯୋଗ ଦେଇ ସାଂଗଠନିକ ଆଲୋଚନା କରିଥିଲେ ।