Car 1736050714 750x430

ଦୁର୍ଘଟଣାରେ ୨ ବିଜେପି କର୍ମୀ ମୃତ

State

କାର୍‌-ହାଇୱା ଧକ୍କାରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ। ସମ୍ବଲପୁର-ବରଗଡ଼ ଜାତୀୟ ରାଜପଥ କଣ୍ଟାପାଲି ଓଭରବ୍ରିଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକଙ୍କ ସହ ଜଣେ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆ ଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଗତକାଲି ଦେବେନ୍ଦ୍ର ଓ ମୁରଲୀଧର କୌଣସି କାମ ବସତଃ ଭୁବନେଶ୍ୱର ଯାଇଥିଲେ। ଭୁବନେଶ୍ଵରରୁ ସେମାନେ ଟ୍ରେନରେ ସମ୍ବଲପୁର ଫେରିଥିଲେ । ରେଳ ଷ୍ଟେସନରେ ଓହ୍ଲାଇ ଏକ କାର୍ ଯୋଗେ ସେମାନେ ଗାଁକୁ ଫେରୁଥିବା ବେଳେ କଣ୍ଟାପାଲି ଓଭରବ୍ରିଜ ନିକଟରେ ଏକ ହାଇୱା ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ହାଇୱା ଧକ୍କାରେ କାରଟି ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଦେବେନ୍ଦ୍ର ଓ ମୁରଲୀଧରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ ୪ ଜଣ ଆହତ ହୋଇଥିଲେ । ତୁରନ୍ତ ସେମନାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେପଟେ ପୋଲିସ ହାଇୱାଟିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ତେବେ ଦୁର୍ଘଟଣାରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣାରେ ଏବେ ସାମ୍ନାକୁ ଆସିଛି ଟ୍ବିଷ୍ଟ୍‌ । ଏହା ଦୁର୍ଘଟଣା ନୁହେଁ ବରଂ ହତ୍ୟା ଷଡଯନ୍ତ୍ର ଥିଲା ବୋଲି ଅଭିଯୋଗ କରିଛନ୍ତି ଆହତ ୨ ବିଜେପି କର୍ମୀ । ଜାଣିଶୁଣି ହତ୍ୟା କରିବାକୁ ଟ୍ରକ୍‌ ଧକ୍କା ମାରିଥିବା ଅଭିଯୋଗ କରିଛନ୍ତି ୨ ବିଜେପି କର୍ମୀ । ତାଙ୍କ କହିବା ଅନୁସାରେ, ଉକ୍ତ ହାଇୱାଟି ତାଙ୍କ ଗାଡ଼ିକୁ ବାରମ୍ୱାର ଧକ୍କା ଦେଇଥିଲା। ଡ୍ରାଇଭରକୁ ଗାଡ଼ି ସ୍ପିଡ୍ କରିବାକୁ କହିଥିଲୁ। ଏହା ସତ୍ତ୍ୱେ ବି ଗାଡ଼ି ପିଟିଦେଲା । ଥରେ ଧକ୍କା ଦେଇଥିଲା ଗାଡ଼ି। ୧୦୦-୨୦୦ ମିଟର ପରେ ପୁଣି ଥରେ ଧକ୍କା ହେଲା। ତେଣୁ କେହି ଜାଣିଶୁଣି ଧକ୍କା ଦେଇଥିବା ଭାବୁଛୁ ବୋଲି କହିଛନ୍ତି ଆହତ ବ୍ୟକ୍ତି । ସେହିପରି ଅନ୍ୟଜଣେ ବିଜେପି କର୍ମୀଙ୍କ କହିବା ଅନୁସାରେ, ଟ୍ରକ୍‌ ବାରମ୍ବାର ୩ ଥର ପଛକୁପଛ ଯାଇ କାର୍‌କୁ ଧକ୍କା ଦେଇଥିଲା । ପ୍ରଥମେ ଯେତେବେଳେ ଧକ୍କା ଦେଲା ସେତେବେଳେ ଆମେ ଭାବିଲୁ ଭୁଲବଶତଃ ଦୁର୍ଘଟଣା ହେଲା । ମାତ୍ର ଟ୍ରକଟି ଜାଣିଶୁଣି ବାରମ୍ବାର ପଛକୁ ପଛ ଧକ୍କା ଦେଇଥିଲା ।