କଟକ : ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ କଟକ ଆନ୍ତର୍ଜାତିୟ ଶିଶୁଶ୍ରମିକ ଉଛେଦ ଦିଵସ ପାଳିତ। ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ କଟକ ଓ ଶିଶୁ ଯତ୍ନ ପ୍ରତିଷ୍ଠାନ ବସୁନ୍ଧରା କଟକ ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ଉଛେଦ ଦିଵସ ପାଳିତ ହୋଇଯାଇଛି।

ଉକ୍ତ କାର୍ଯ୍ୟ କ୍ରମ ରେ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ସଚିବ ଜଗଦୀଶ ଚନ୍ଦ୍ର ଜେନା ଆଇନଜିବୀ ବିଜୟ କୁମାର ପଣ୍ଡା ସି ଡଵ୍ଲୁ ସି ଚେୟାରମ୍ୟାନ ପ୍ରମୋଦ କିଶୋର ଆଚାର୍ଯ୍ୟ ଯୋଗଦେଇ ଶିଶୁ ଶ୍ରମିକ ଉଛେଦ ଶିଶୁ ଅଧୀକାର ଉପରେ ଆଲୋକପାତ କରିଥୀଲେ। ଏହା ପରେ ଶିଶୁ ମାନେ ଏକ ରାଲି କରିଥିଲେ। ବସୁନ୍ଧରା କଟକ ଷ୍ଟାପ,ଆଇନଜିବ,ପିଏଲଭି ଯୋଗଦେଇ ଶିଶୁ ଶ୍ରମିକ ଉଛେଦ ଦିଵସ ପାଳିତ ହୋଇଯାଇଛି। ଶେସରେ ଗିରି ଧାରୀ ନାୟକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥୀଲେ।

