Img 20250612 wa0308

ବାରିପଦାର ଛଉ ପଡିଆ ଠାରେ ବିକାଶ ମେଳା -୨୦୨୫ ଉଦଘାଟିତ

ରାଜ୍ୟ
ବାରିପଦା – ତା ୧୨-୦୬-ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ବାରିପଦାସ୍ଥିତ ଛଉ ପଡିଆ ଠାରେ  ଜିଲ୍ଲା ପ୍ରଶାସନ ତତ୍ୱାବଧାନ ରେ ଓରମାସ ଆନୁକୂଲ୍ୟରେ ଆୟୋଜିତ ବିକାଶ ମେଳା -୨୦୨୫ ଉଦଘାଟିତ ହୋଇଯାଇଛି।
ଉକ୍ତ ବିକାଶ ମେଳା-୨୦୨୫ କୁ  ମୁଖ୍ୟ ଅତିଥି ଭାବେ   ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ ଓ ସମ୍ମାନିତ ଅତିଥି ଭାବେ  ବିଧାୟକ ବାରିପଦା ଶ୍ରୀ ପ୍ରକାଶ ସୋରେନ ଯୋଗ ଦେଇ ଫିତା କାଟି ଶୁଭ ଉଦଘାଟନ କରିଥିଲେ। ଉକ୍ତ ଶୁଭ ଉଦଘାଟନ ଉତ୍ସବ ରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମା ନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ଷଡ଼ଙ୍ଗୀ, ଏସିଡ଼ିଓ ଶ୍ରୀ ଶାନ୍ତନୁ କୁମାର ନାୟକ, ଓରମାସ ର ଡେପୁଟି ସି ଇ ଓ ଶ୍ରୀ ବିମାନ ମଲ, ଡିସିପିଓ ଶ୍ରୀମତୀ ମମତା ମୟୀ ବିଶ୍ୱାଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି ସମେତ ବିଭିନ୍ନ ବିଭଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଉଦଘାଟନ ପରେ ଅତିଥି ବୃନ୍ଦ ଜିଲ୍ଲପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଷ୍ଟଲ ପରିଦର୍ଶନ କରିଥିଲେ।
ଉକ୍ତ ମେଳାରେ  ବିଭିନ୍ନ ପ୍ରକାର ମୋଟ ୬୦ ଗୋଟି ଷ୍ଟଲ ବସି ଥିବା ବେଳେ ମିଶନ ଶକ୍ତି ତରଫରୁ ପାରମ୍ପରିକ ଖାଦ୍ୟ ଉତ୍ସବ ଜନରେ ୨୫ ଟି ଷ୍ଟଲରେ ସୁଲଭ ମୂଲ୍ୟରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଓଡ଼ିଆ  ଖାଦ୍ୟ ପସରା ଲୋକମାନଙ୍କ ପାଇଁ ଖୋଲା ଯାଇଛି।   ଅନ୍ୟାନ୍ୟ ୩୫ ଟି ଷ୍ଟଲରେ ବିଭିନ୍ନ ଉତ୍ପାଦିକା ଗୋଷ୍ଠୀ ଦ୍ୱାରା ହସ୍ତତନ୍ତ ବୟନ  ସାମଗ୍ରୀ ଉପଲବ୍ଧ ହେଉଛି ଏବଂ ଏହି ମେଳା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ।
ଏହି ମେଳାର ମୁଖ୍ୟ ଉଦେଶ୍ୟ  ଜନସାଧାରଣଙ୍କୁ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକ ସମ୍ଭନ୍ଧରେ ଅବଗତ ତଥା ସଚେତନ କରାଇବା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଦୂରତା କମାଇ ନିକଟତର ହୋଇ ଜନସାଧାରଣଙ୍କୁ ସରକାରୀ ସେବା ଦ୍ୱାରଦେଶରେ ଉପଲବ୍ଧ କରାଇବା ଯଦ୍ୱାର ସମାଜର ଶେଷ ଧାଡିର ଲୋକ ଯୋଜନା ରେ ଅନ୍ତର୍ଭୁକ୍ତ ହେବେ।
Shrutilipi ad