ବାରିପଦା : ସ୍ଥାନୀୟ କଲେଜ ପଡିଆ ଠାରେ ଅନୁଷ୍ଠିତ ବି ପି ଏଲ – ୧ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟରେ ୬ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଶେଷରେ କମIଣ୍ଡ – ୧୧ ଓ଼ ଏମାରଜିଙ୍ଗ ଟାଇଟIନ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି I ପ୍ରଥମେ ବ୍ୟାଟିଂ କରି ଏମାରଜିଙ୍ଗ ଟାଇଟନ୍ସ ୧୪. ୨ ଓଭରରେ ସମସ୍ତ ଉଇକେଟ ହରାଇ ୧୫୭ ରନ କରିଥିବା ବେଳେ କମାଣ୍ଡ ଦଳ ୧୪. ୪ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I କମାଣ୍ଡ ଦଳର ପରମେଶ୍ୱର ବେହେରା ୫୪ ରନ ଓ଼ ସୌରଭ ସାହୁ ୪୬ ରନ ଏବଂ ରଣଜିତ ପଣ୍ଡା ୪ ଓ ଲୋକନାଥ ପୃଷ୍ଟି ୩ ଟି ଉଇକେଟ ଅକ୍ତିଆର କରଥିବା ବେଳେ ବିପକ୍ଷ ଦଳର ମାରି ଲୋକନାଥ ୫୩ ଓ଼ ଦେବବ୍ରତ ବେହେରା ୩୮ ରନ ଏବଂ ଆଲୋକ ଦାସ ୩ଟି ଉଇକେଟ ଅକ୍ତିଆର କରିଥିଲେ I ମନମୋହନ ମୁର୍ମୁ ଓ ଚନ୍ଦନ ବିନ୍ଧାଣି ଖେଳ ପରିଚାଳନା କରିଥିଲେ I ମ୍ୟାନ ଅଫ ଦି ମ୍ୟାଚ ଭାବେ ପରମେଶ୍ୱର ବେହେରା, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ମ୍ୟାନ ଅଫ ଦି ସିରିଜ ଭାବେ ମାରି ଲୋକନାଥ, ଶ୍ରେଷ୍ଠ ବୋଲର ଭାବେ ସଂଜୀବ ମହାପାତ୍ର ପୁରସ୍କୃତ ହୋଇଥିଲେ I ଚାମ୍ପିୟାନ ଦଳକୁ ୫ ହଜାର ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ ୩ ହଜାର ଓ ଟ୍ରଫି ପ୍ରଦାନ କରାଯାଇଥିଲା I ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ପୁରସ୍କାର ପ୍ରଦାନ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ କଳିଙ୍ଗ କେଶରୀ ଜେନା, ରିଷିରାଜ ପଟ୍ଟନାୟକ, ସାମନ୍ତ ଶେଖର ପାଲ ଓ ସୌମ୍ୟ ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ I