ବାରିପଦା: ତା- ୯-୧- ୨୦୧୯ ମସିହା ଜାନୁଆରୀ ୧ ତାରିଖ ରେ ମୟୁରଭଞ ଜିଲା ଖୁଣ୍ଟା ଥାନା ଅଞ୍ଚଳରେ ରେ ଜନୈକା ନାବାଳିକା ସହିତ ହୋଇଥିବା ଦୁଷ୍କର୍ମ ସଂଙ୍କ୍ରାନ୍ତ ଏକ ମାମଲାର ଆଜି ବିଚାର କରି ଆଡ – ହକ ଅତିରିକ୍ତ ଜିଲା ଓ ଦୈାରାଜଜ ( ଏଫଟିଏସସି) ଆଣ୍ଡର ପକ୍ସୋ ଆକ୍ଟ ବିଚାରପତି ସନ୍ତୋଷ କୁମାର ନାଏକ ଅଭିଯୁକ୍ତ ମୟୁରଭଞ ଜିଲା ଉଦଳା ଥାନା ଅନ୍ତର୍ଗତ ଦିଘି (ନୂଆସାହି) ଗ୍ରାମର ଚୈତନ ଏଲିଏସ ଚୈତନ ପ୍ରସାଦ ସିଂ (୪୫) କୁ ଦୋଷୀ ସାବ୍ୟସ୍ତ କରବା ସହିତ ଦଫା ୩୭୬(ଡିଏ) ଆଇପିସି ଅନୁଯାୟୀ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନି ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଥିବାବେଳେ ଦଫା ୬ ଅଫ ଦା ପୋକ୍ସୋ ଆକ୍ଟ ଅନୁଯାୟୀ ମଧ୍ୟ ଆଜୀବନ ସଶ୍ରମ କାରାଦଣ୍ଡ ସମେତ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନି ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ସେହିପରି ଦଫା ୩୬୩ ଆଇପିସି ଅନୁଯାୟୀ ତିନି ବର୍ଷ ସଶ୍ରମ କାରାଦଣ୍ଡ ସମେତ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଏ ସମସ୍ତ ଦଣ୍ଡାଦେଶ ଏକ କାଳୀନ ଲାଗୁ କରିବା ପାଇଁ ରାୟରେ ଉଲେଖ କରାଯାଇଅଛି । ଏଥି ସହିତ ଆଦାୟ ଜୋରିମାନା ଅର୍ଥ ସମେତ ଅଧିକ ଦୁଇ ଲକ୍ଷ ଟଙ୍କା କ୍ଷତିପୁରଣ ବାବଦକୁ ଜିଲା ଆଇନ ସହାୟତା କତ୍ତୃପକ୍ଷ ଙ୍କୁ ପିଡୀତା ନାମରେ ପାଞ୍ଚ ବର୍ଷ ପାଇଁ କୈାଣସି ରାଷ୍ଟ୍ରାୟତ ବ୍ୟାଙ୍କ ରେ ଜମା ରଖିବା ପାଇଁ ରାୟରେ ଉଲେଖ କରାଯାଇଅଛି ।
ନାବାଳିକା ପିତାଙ୍କ ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ ପିଡୀତା ନାବାଳିକା ଖୁଣ୍ଟା ରେ ଥିବା ତାର ସମ୍ପର୍କୀୟ ଙ୍କ ଘରକୁ ବୁଲିବାକୁ ଯାଇଥିଲା । ୧-୧-୨୦୧୯ ରିଖ ଦିନ ପାଖାପାଖି ୨ ଟାରୁ ୩ ଟା ମଧ୍ୟରେ ଅଭିଯୁକ୍ତ ଚୈତନ ପ୍ରସାଦ ସିଂ ଏବଂ ତାର ଆଉ ଜଣେ ସାଙ୍ଗ ହୃଷି ବେହେରୁନିଆ ସେଠାକୁ ଯାଇ ନାବାଳିକା କୁ ତାର ଘର ଦିଘି (ନୂଆସାହି) ରେ ଛାଡିଦେବେ ବୋଲି କହି ଏକ ମୋଟର ସାଇକେଲରେ ନେଇ ପଳାଇଯାଇଥିଲେ । ବାଟରେ ନାବାଳିକା କୁ ବିଭିନ୍ନ ଜଙ୍ଗଲ ସ୍ଥାନରେ ତା ସହିତ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ରାତ୍ରୀରେ ୯ ରୁ ୧୦ ଟା ମଧ୍ୟରେ ନାବାଲିକା ଜଣକ କୈାଣସି ପ୍ରକାରେ ସେହି କାମୁକ ମାନଙ୍କ ପାଖରୁ ମୁକୁଳି ଦିଘି (ନୂଆସାହି) ଗ୍ରାମରେ ପହଞ୍ଚି ଅନ୍ୟ ଜଣଙ୍କ ଘରେ ଆଶ୍ରୟ ନେଇଥିଲା । ତହିଁ ପରଦିନ ନାବାଳିକା ଜଣକ ଏ ସମସ୍ତ କଥା ଗ୍ରାମବାସୀ ଙ୍କୁ ଜଣାଇଥିଲା । ସେଠାକୁ ମଧ୍ୟ ଅଭି୍ଯୁକ୍ତ ଆସି ନାବଳିକା କୁ କାହାରି ଆଗରେ ଏ କଥା ପ୍ରକାଶ କଲେ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଗ୍ରାମବାସୀ ଙ୍କ ପାଖରୁ ଖବର ପାଇ ପରିବାରଲୋକେ ଆସି ନାବାଳିକା କୁ ଘରକୁ ନେଇଥିଲେ । ଏ ଘଟଣା ବାବଦରେ ଦୁଇ ଦିନ ଧରି ଅଭି୍ଯୁକ୍ତ ସହିତ ଗ୍ରାମରେ ଏକ ସଭା ବସିଥିଲା । ମାତ୍ର ଏହାର କୈାଣସି ସମାଧାନ ନ ହେବାରୁ ଶେଷରେ ପିଡୀତା ର ପରିବାରବର୍ଗ ଥାନାର ଆଶ୍ରୟ ନେଇଥିଲେ । ଏ ବାବଦରେ ଖୁଣ୍ଟା ଥାନାରେ କେସ ନମ୍ବର ୧/୫-୧-୨୦୧୯ ରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ୧୬ ଜଣ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତିକରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି ମନୋରଞନ ପଟ୍ଟନାୟକ ପରିଚାଳନା କରୁଥିଲେ । ଉକ୍ତ ଘଟଣାରେ ଅନ୍ୟତମ ଅଭିଯୁକ୍ତ ହୃଷି ବେହେରୁନିଆ ଆଜି ପର୍ଯ୍ୟନ୍ତ ଫେରାର ଥିବାରୁ ତାର କେସ ବିଚାରାଧିନ ଅଛି ।