Sfe

ସମାଜସେବୀ ନିରୋଜ ପୋଥାଳଙ୍କ ମାତୃବିୟୋଗ

State

ବାରିପଦା:  ଆଜି ସକାଳେ ୱାଲିଗଞ୍ଜସ୍ଥିତ ବାସଭବନରେ ସମାଜସେବୀ ନିରୋଜ କୁମାର ପୋଥାଳଙ୍କ ମାତା ଲଳିତା ପୋଥାଳ ୭୬ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି I ମୃତ୍ୟୁ ବେଳକୁ ତାଙ୍କ ପୁତ୍ର ନିରୋଜଙ୍କ ସମେତ ପୁତ୍ର ବଧୂ ସରସ୍ବତୀ ପୋଥାଳ, ନାତୁଣୀ ଓ ଦୁଇ ନାତି ଉପସ୍ଥିତ ଥିଲେ I ଖବର ପାଇ ସ୍ଥାନୀୟ କାଉନସିଲର ରାଜ ଗୁପ୍ତା, ସମାଜସେବୀ ସୋମନାଥ ସିଂହ, ପରିତୋଷ ଦାଶ, ବିମ୍ବାଧର ସାହୁ, ଭବାନୀ ବିଶ୍ଵାଳ, ବିଜୟଲକ୍ଷ୍ମୀ ନାୟକ, ମାନି ଗିରି, ତପସ୍ୱିନୀ ପଣ୍ଡା, ରାଜଲକ୍ଷ୍ମୀ ମିଶ୍ର, ନାରାୟଣ ସେବା ଟ୍ରଷ୍ଟର ସଭାପତି ବସନ୍ତ ମହାପାତ୍ର ଓ ସମ୍ପାଦକ ପ୍ରତାପେଶ୍ୱର ଦାଶ ସମେତ ସଭ୍ୟ / ସଭ୍ୟା, ତଥା ଗ୍ରାମବାସୀ ତାଙ୍କ ବାସଘରେ ପହଂଚି ଶେଷ ଦର୍ଶନ କରିଥିଲେ I ବାରୁଣୀ ସ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଯାଇଛି I ପୁତ୍ର ନିରୋଜ ମୁଖାଗ୍ନୀ ଦେଇଥିଲେ I