Sambardhana Gives To A D E O

ମୟୂରଭଞ୍ଜ ଜିଲ୍ଲା ନୂତନ ଏ.ଡି.ଇ.ଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

State

ବାରିପଦା: ଆଜି ମୟୂରଭଞ୍ଜ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଳା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଡି.ଇ.ଓ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଉପସ୍ଥିତିରେ ଏ.ଡି.ଇ.ଓ ଶଶୀଧର ସିଂହ ଏବଂ ପବିତ୍ର ମୋହନ ବାରିକଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା । ଜିଲ୍ଲା ସଭାପତି ଆରତ କୁମାର ପରିଡା ଜିଲ୍ଲାର ସବୁ ବର୍ଗର ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସାଧାରଣ ତଥା ବ୍ୟକ୍ତିଗତ ସମସ୍ୟାର ଆଶୁ ସମାଧାନ ନିମିତ୍ତ ଅବଗତ କରାଇଥିଲେ ଏବଂ ଶିକ୍ଷାର ଅଗ୍ରଣୀ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ନିବେଦନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଳା ପ୍ରାଥମିକ ଶିକ୍ଷକ ସଂଘର ଉପଦେଷ୍ଟା ଶିବ ପ୍ରସାଦ ମହାପାତ୍ର, ସଂଗଠନ ସମ୍ପାଦକ ବଳରାମ ନାଥ, ଦେବବ୍ରତ ବାରିକ, ବସନ୍ତ ନାୟକ, ସୁଦର୍ଶନ ବେହେରା, ଲଳିତ କୁମାର ବେହେରା, ପ୍ରଦୀପ କୁମାର ଦେ, ଦିଲ୍ଲୀପ କୁମାର ଘୋଷ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।