Img 20241212 Wa0233

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ପୁସ୍ତକ ଲୋକାର୍ପଣ ସମାରୋହ

State

ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଓ ବାରିପଦାସ୍ଥ ତତ୍ତ୍ୱମସୀ ଅନୁଷ୍ଠାନର ମିଳିତ ଆୟୋଜନରେ ତିନିଗୋଟି ପୁସ୍ତକର ଲୋକାର୍ପଣ କରାଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଏ ପୁସ୍ତକ ସମୂହକୁ ଲୋକାର୍ପିତ କରିଥିଲେ । ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ବବ୍ରୁବାହନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏ ସମାରୋହରେ ଆଞ୍ଚଳିକ ମହାବିଦ୍ୟାଳୟ ଗଡ଼ିଆର ଅବସରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର ସାମଲଙ୍କ ଉପନ୍ୟାସ ‘ଅଭାଗିନୀ ଭାଗ୍ୟବତୀ’ ଓ କାବ୍ୟ ‘ଅନ୍ୟ ଏକ ଯକ୍ଷର ଯନ୍ତ୍ରଣା’ ଓ ଲେଖକ ପରମାନନ୍ଦ ସଦୁଆଳଙ୍କ ‘ଶିଳ୍ପୀସ୍‌ ଡିଭାଇନ୍‌ ଲିପ୍‌ସୀ ଟଚ୍‌’ ଶୀର୍ଷକ ଇଂରାଜୀ କବିତା ସଂକଳନ ଲୋକାର୍ପଣ ହୋଇଥିଲା । ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ସୁଶାନ୍ତ କୁମାର ବସା ଉପନ୍ୟାସଟିର ସମୀକ୍ଷା କରିଥିବା ବେଳେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ସଂସ୍କୃତ ବିଭାଗର ମୁଖ୍ୟ ପ୍ରଫେସର ହୀରାଲାଲ୍‌ ଦାସ କାବ୍ୟଟିର ସମୀକ୍ଷା କରିଥିଲେ । ସେହିପରି ତିରିଂ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ବେହେରା ଇଂରାଜୀ କବିତା ସଂକଳନଟିର ସମୀକ୍ଷା କରିଥିଲେ । ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ, ଇଂରାଜୀ, ସଂସ୍କୃତ ଓ ସାନ୍ତାଳୀ ବିଭାଗର ଛାତ୍ରଛାତ୍ରୀଙ୍କ ସହଯୋଗରେ ଆୟୋଜିତ ଏହି ଲୋକାର୍ପଣ ସମାରୋହରେ ଲେଖକ ଓ ପାଠକ ମଧ୍ୟରେ ଏକ ସମନ୍ୱୟ ସୃଷ୍ଟି ହୋଇଥିଲା । ବାରିପଦା ସହରର ବହୁ ମାନ୍ୟଗଣ୍ୟ ବିଦ୍ୱାନ ସାହିତ୍ୟ ସ୍ରଷ୍ଟାଙ୍କ ସହ ବହୁ ସାହିତ୍ୟ ପ୍ରେମୀ ଏଥିରେ ଯୋଗଦାନ କରିଥିଲେ । ଶେଷରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡ. ବିଚିତ୍ରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।