Img 20241211 Wa0166

ଟାଟା ପାଓ୍ବାରର କର୍ମଚାରୀ ମାରଣନୀତି ଓ ଶୋଷଣ ନୀତି ନେଇ କର୍ମଚାରୀଙ୍କ ଧାରଣା

State

ବାରିପଦା: ବିଦ୍ୟୁତ କର୍ମଚାରୀ ସ୍ବପ୍ନ ଦେଖିଥିଲେ ଟାଟା ପାଓ୍ଵାର ସେମାନଙ୍କ ସମସ୍ୟା , ଆର୍ଥିକ ବୃଦ୍ଧି , ସୁରକ୍ଷା ନେଇ କାମ କରିବା ସହ ସାଧାରଣ ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବ । କିନ୍ତୁ ବାସ୍ତବରେ ତାହା ହେଲା ନାହିଁ ।ଦିନକୁ ଦିନ ଟାଟା ପାଓ୍ଵାର କମ୍ପାନୀ ତରଫରୁ ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ଉପରେ ଜୁଲୁମ,ବନମାଳୀ ବୃଦ୍ଧି ପାଉଛି । ଯାହାକୁ ନେଇ ବାମନଘାଟି ଉପଖଣ୍ଡର ବିଭିନ୍ନ ସେକ୍ସନ ସମ୍ମୁଖରେ କର୍ମଚାରୀ ମାନେ ଧାରଣା ରେ ବସିଛନ୍ତି ‌। ସେମାନଙ୍କ ଦାବି ହେଲା ସେମାନଙ୍କୁ ଧାର୍ଯ୍ୟ ସମୟରେ‌ଦରମା ମିଳୁ ନାହିଁ, ।ଶ୍ରମ ଆଇନ ଉଲ୍ଲଂଘନ କରାଯାଇ ସେମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ୮ ଘଣ୍ଟାରୁ ଅଧିକ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଛି । ସେମାନଙ୍କ ଆଇଏସଆଇ ଓ ଇପିଏଫ ପ୍ରଦାନରେ ଅନିୟମିତତା କରାଯାଉଛି ।ତଦସହ କାର୍ଯ୍ୟ କ୍ଷେତ୍ରରେ ସେମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ସାମଗ୍ରୀ ଯୋଗାଇ ଯାଉନାହିଁ ଯାହାଫଳରେ ସେମାନଙ୍କ ଜୀବନ ବିପଦପୁର୍ଣ ହେଉଛି । ତେଣୁ ଏହି ସବୁ ଦାବିନେଇ କଣ୍ଟାବଣୀ,ବିଶୋଇ,ଯାମଦା,କୁସୁମି,ବହଳଦା ତିରିଂ ସେକ୍ସନରେ ଆଉଟସୋର୍ସିଂ କର୍ମଚାରୀମାନେ ଦାବି ଗୁଡ଼ିକ ନେଇ ଧାରଣାରେ ବସିଛନ୍ତି । କଣ୍ଟାବଣୀ ସେକସନରେ କର୍ମଚାରୀ ବିମଳ ମହାନ୍ତ, ସଞ୍ଜୟ ମହାନ୍ତ,ଦିଗବିଜୟ ମହାନ୍ତ,ସୁମନ ବେହେରା,କୁଶଳ ମାରାଣ୍ଡି,ଅମିତ ଶତପଥୀ,ରୁପକ ସାମଲ,ଋଷି ମାରାଣ୍ଡି ସମେତ ବହୁ କର୍ମଚାରୀ ଧାରଣାରେ ବସିଛନ୍ତି ।