Onn 3

ଟୁଇଟରେ ବିଜେଡିକୁ ଜବାବ ମାଗିଲା ବିଜେପି

Politics State

tej

ଭୁବନେଶ୍ୱର:ଟୁଇଟରେ ଟାର୍ଗେଟ । ବିଜେଡିକୁ ଜବାବ ମାଗିଲା ବିଜେପି । ବିଜେପି ଓଡ଼ିଶା ମୁଖପାତ୍ର ତେଜେଶ୍ୱର ପରିଡା ବିଜେଡି ସାଂସଦଙ୍କୁ କରିଛନ୍ତି ଟାର୍ଗେଟ । ସାଂସଦ ସସ୍ମିତ ପାତ୍ର ଗତକାଲି ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟୁଇଟ କରି ଆକ୍ଷେପ କରିଥିଲେ । ଏହାକୁ ଟାଗ କରି  ବିଜେପି ମୁଖପାତ୍ର ଟୁଇଟ ମାଧ୍ୟମରେ  ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କୁ ପ୍ରଶ୍ନ କରିଛନ୍ତି, ନିଜ ଦଳର, ସରକାର ଓ ନେତାଙ୍କ ଅପାରଗତାକୁ କାହିଁକି ପ୍ରଚାର କରୁଛନ୍ତି ? ଓଡ଼ିଶାରେ ବିନା ଲାଞ୍ଚଳରେ ଗରିବଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଘର । ମିଳୁନି ବାର୍ଦ୍ଧକ୍ୟ ଭତ୍ତା ।

ଶ୍ରୀ ପରିଡା ସିରିଜ ଟୁଇଟ କରି ଏକାଧିକ ପ୍ରଶ୍ନ କରିଛନ୍ତି ଶାସକ ଦଳ ସାଂସଦଙ୍କୁ । ରାଜ୍ୟ ଦେଉଥିବା ସହାୟତାରେ କାହାର ସହଯୋଗ ଅଧିକ ରହିଛି ? ରାଜ୍ୟ ସରକାରଙ୍କର ନା ରାଜ୍ୟ ସରକାରଙ୍କର ? ଲୋକଙ୍କୁ ମାଗଣା ଚାଉଳ ପଠାଉଛନ୍ତି ମୋଦି ।   ରାଜ୍ୟରେ ପ୍ରତି ଗାଁ ଗାଁରେ ରାସ୍ତା ଅବସ୍ଥା ଯାହା ହେଲାଣି, ପାଦରେ ଚାଲି ଚାଲି ଯାଇ ଦେଖନ୍ତୁ ବୋଲି ସେ କହିଛନ୍ତି ।

ଟୁଇଟ ମାଧ୍ୟମରେ ଅନେକ ସମସ୍ୟାକୁ ସାମ୍ନାକୁ ଆଣି ଶ୍ରୀ ପରିଡା ଲେଖିଛନ୍ତି, ଧାନ ଜମିରେ ପାଣି ନାହି, କେନାଲରେ ବି ପାଣି ନାହିଁ । ଏଠି ସରକାର ବିଭିନ୍ନ ଆଳ ଦେଖାଇ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରି ଦେଉଛନ୍ତି ।ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଛି । ଆଇଟିଆଇରେ ୪୦ ପ୍ରତିଶତ ଆସନ ଖାଲି ରହୁଛି । ସେହିପରି ମନରେଗା ଯୋଜନାରେ ଠିକାଦାର ମେସିନ ଲଗାଇ କାମ କରୁଛନ୍ତି । ଏପଟେ ପ୍ରତି ଗାଁରୁ ଦାଦନ ଖଟିବାକୁ ଲୋକେ ଯାଉଛନ୍ତି । ଏଠି ବିନା ପିସିରେ କାମ ହେଉଛି କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ।

ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରି ପ୍ରଶ୍ନ କରିଛନ୍ତି, ନବୀନ ପଟ୍ଟନାୟକ କେବେ ଯିବେ କୋଟିଆ ଓ ସେଠାରେ କହିବେ ” No Andhra, Only Odisha..Andhra go back…ବନ୍ଦେ ଉତ୍କଳ ଜନନୀ ”

 


Post Views: 7