Impact Of Social Media On Boxing 1

୮ମ ଇଲାଇଟ ପୁରୁଷ ଓ଼ ମହିଳା ବୋକ୍ସିଂ ପ୍ରତିଯୋଗିତା ପାଇଁ ଚୟନ

BREAKING NEWS Crime sports

ବାରିପଦା: ଓଡିଶା ଅମାଚିଓର ବୋକ୍ସିଂ ଏସୋସିଏସନ ଆନୁକୂଲ୍ୟରେ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା ୮ମ ଇଲାଇଟ ପୁରୁଷ ଓ଼ ମହିଳା ରାଜ୍ୟ ଚୟନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମୟୁରଭଞ୍ଜ ଜିଲ୍ଲା ଜିଲ୍ଲାରୁ ଖେଳାଳି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି I ଇଛୁକ ଖେଳାଳି ମାନେ ୧୩ ତାରିଖ ସୁଦ୍ଧା ବାରିପଦା ଷ୍ଟାଡିୟମ ଅଫିସରେ ନିଜ ନିଜର ଡିଜିଟାଲ ଜନ୍ମ ପ୍ରମାଣ ପତ୍ର ସହ ନାମ ପଞ୍ଜିକରଣ କରିପାରିବେ ବୋଲି ସାଧାରଣ ସମ୍ପାଦକ ବିଜୟ କୁମାର ଦାସଙ୍କ ସୂତ୍ରରୁ ପ୍ରକାଶ I ଉଭୟ ପୁରୁଷ ଓ଼ ମହିଳା ବୋକ୍ସରଙ୍କ ଜନ୍ମ ଜାନୁୟାରୀ ୧ ତାରିଖ ୧୯୮୪ ଓ଼ ଡିସେମ୍ବର ୨୦୦୫ ମଧ୍ୟରେ ହୋଇଥିବା ଆବଶ୍ୟକ ବୋଲି ବୋକ୍ସିଂ ସହ ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି ଜଣାଇଛନ୍ତି I