Onn 3

ମଞ୍ଚେଶ୍ବରରେ ମେଡିସିନ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧକ ଟଙ୍କାର ଔଷଧ

Crime State

ଭୁବନେଶ୍ୱର: ରାତି ଅଧରେ ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ । ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ଔଷଧ ଗୋଦାମରେ ଲାଗିଲା ନିଆଁ । ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ଚାହୁଁ ଚାହୁଁ ଜଳିଗଲା ଗୋଦାମ ଘର । ଗତକାଲି ରାତି ପ୍ରାୟ ୧୧ଟା ବେଳେ ହଠାତ୍‌ ମେଡିସିନ୍‌ ଗୋଦାମରେ ନିଆଁ ଲାଗିଥିଲା । ପ୍ରାୟ ଅଧଘଣ୍ଟା ଭିତରେ ସବୁ କିଛି ଜଳି ପାଉଁଶ ହୋଇଗଲା । ଏତେ ଜୋରରେ ନିଆଁ ଲାଗିଥିଲା ଯେ ଧୂଆଁମୟ ହୋଇ ଯାଇଥିଲା ସାରା ଅଞ୍ଚଳ ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଟିମ୍‌ । ନିଆଁ ଲିଭା କାମରେ ଲାଗିଥିଲେ ଦମକଳ ବାହିନୀର ୫ଟି ଗାଡ଼ି। ଗୋଦାମରେ ମାସ୍କ, ସାନିଟାଇଜର ଓ ଅକ୍ସିଜେନ୍‌ ସିଲିଣ୍ଡର ଥିଲା । କେମିକାଲ୍‌ ସାମଗ୍ରୀ ଥିବାରୁ ନିଆଁକୁ ଲିଭାଇବା ପାଇଁ ଫୋମ୍‌ ବ୍ୟବହାର କରାଯାଇଥିଲା । ପ୍ରାୟ ୭ ଘଣ୍ଟାର ପରିଶ୍ରମ ପରେ ଆୟତ୍ତ ହୋଇଥିଲା ନିଆଁ । ଔଷଧ ଗୋଦାମଟି ସମ୍ପୂର୍ଣ୍ଣ ଜଳି ଛାରଖାର ହୋଇଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନି । ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।