ବାରିପଦା: ଆଜି ଏକ ଚେକ ବାଉନ୍ସ ମମଲାର ବିଚାର କରି ମାନ୍ୟବର ସବ ଡିଭିଜନାଲ ମାଜିଷ୍ଟ୍ରେଟ(ଏସ ଡି ଜେଏମ) ବାରିପଦା ସୁବାସିନୀ ବେହେରା ଅଭିଯୁକ୍ତ ମୟୁରଭଞ ଜିଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ଓାର୍ଡ ନମ୍ବର ୨୦ ଶୁନଗଡିଆ ଅଞ୍ଚଳର ସତ୍ୟବ୍ରତ ପଣ୍ଡା ଙ୍କୁ ଏକ ବର୍ଷ ଜେଲଦଣ୍ଡ ସମେତ ୫,୨୪,୦୮୬(ପାଞ୍ଚ ଲକ୍ଷ ଚବିଶ ହଜାର ଛୟାଅଶି) ଟଙ୍କା ଜୋରିମାନା ରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ଦୁଇ ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ପକ୍ଷରୁ ଆଦେଶନାମା ଜାରି କରାଯାଇଅଛି । ମାମଲାର ବିବରଣୀ ରୁ ପ୍ରକାଶ ଯେ ଅଭିଯୁକ୍ତ ସତ୍ୟବ୍ରତ ପଣ୍ଡା ମୟୁରଭଞ କେନ୍ଦ୍ର ସମବାୟ ବ୍ୟାଙ୍କ ବାରିପଦା ଶାଖାରୁ ଏକ ଲକ୍ଷ ଟଙ୍କା ବ୍ୟବସାୟିକ ଲୋନ ନେଇଥିଲେ । ଏ ବାବଦରେ ରୁଣ ସୁଝିବାକୁ ୨,୬୨,୦୪୩ ଟଙ୍କାର ଏକ ଚେକ ବ୍ୟାଙ୍କ କୁ ପ୍ରଦାନ କରିଥିଲେ । ଏହି ଚେକ ଟି ବାଉନ୍ସ ହୋଇଯିବାରୁ ମୟୁରଭଞ କେନ୍ଦ୍ର ସମବାୟ ବ୍ୟାଙ୍କ ବାରିପଦା ଶାଖାର ମ୍ୟାନେଜର ଏସଡିଜେଏମ ବାରିପଦା ଙ୍କ କୋର୍ଟ ର ଦ୍ୱାରସ୍ଥ ହୋଇଥିଲେ । ଏ ବାବଦରେ କୋର୍ଟରେ କେସ ନମ୍ବର ଆଇସିସି ନମ୍ବର ୨୨/୨୫/୨୦୨୪ ରେ ଏକ ମାମଲା ରୁଜୁ ହୋଇଥିଲା । ଆଜି ସମସ୍ତ ସାକ୍ଷ୍ୟ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ମାନ୍ୟବର ଅଦାଲତ ପକ୍ଷରୁ ଚୁଡାନ୍ତ ରାୟ ପ୍ରକାଶ ପାଇଅଛି । ଉକ୍ତ କେସ କୁ ବ୍ୟାଙ୍କ ତରଫରୁ ଆଇନଜିବୀ ବଟକୃଷ୍ନ ପାଢୀ ପରିଚାଳନା କରୁଥିଲେ ।