Onn 3

ନାବାଳିକା ଦୁଷ୍କର୍ମକାରୀ ଅଭିଯୁକ୍ତ କୁ ସଶ୍ରମ କାରାଦଣ୍ଡ ସମେତ ଜୋରିମାନା

State

ବାରିପଦା: ମୟୁରଭଞ ଜିଲା ମୋରଡା ଥାନା ଅଞ୍ଚଳରେ ଜନୈକା ୩ ବର୍ଷୀୟା ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ ସଂକ୍ରାନ୍ତ ଏକ ମାମଲାର ବିଚାର କରି ସ୍ଥାନୀୟ ଅତିରିକ୍ତ ଜିଲା ଓ ଦୈାରାଜଜ୍ ତଥା ବାରିପଦା ସ୍ପେଶିଆଲ କୋର୍ଟ ଆଣ୍ଡର ପକ୍ସୋ ଆକ୍ଟ ର ମାନ୍ୟବର ବିଚାରପତି ସୁମିତା ଜେନା ଅଭିଯୁକ୍ତ ଉକ୍ତ ଥାନା ଅନ୍ତର୍ଗତ ଭାଲୁକଚୁହା ଗ୍ରାମର ସୁଶାନ୍ତ ବେହେରା (୫୮) କୁ ଦୋଷୀ ସାବ୍ୟସ୍ତ କରବା ସହିତ ଭାରତୀୟ ପିଙ୍ଗଳ କୋର୍ଡ ଦଫା ୩୭୬/୫୧୧ ଆଇପିସି ଅନୁଯାୟୀ ୫ ବର୍ଷ ସଶ୍ରମ ଜେଲଦଣ୍ଡ ସମେତ ୫ ହଜାର ଟଙ୍କା ଜୋରିମାନା ଅନେଦେୟ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ପିଡୀତା ନାବାଳିକା ପିତା ଙ୍କ ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ ୨୮-୯-୨୦୧୪ ରିଖ ଦିନ ପାଖାପାଖି ୯ ଟା ସମୟରେ ସିଏ ବିଲକୁ କାମ କରିବାକୁ ଯାଇଥିବା ସମୟରେ ପରିବାରବର୍ଗ ଙ୍କ ପାଖରୁ ଜାଣିବାକୁ ପାଇଲେ ଯେ ଆସାମୀ ସୁଶାନ୍ତ ବେହେରା ତାଙ୍କ ତିନି ବର୍ଷ ର ନାବାଳିକା ଝିଅକୁ ବିସ୍କୁଟ ଦେବା ବାହାନାରେ ତାଙ୍କ ଘରକୁ ନେଇ ଦୁଷ୍କର୍ମ କରୁଥିଲା ।

ଏହି ସମୟରେ ଝିଅ କୁ ଖୋଜି ଖୋଜି ମା ଯାଇ ସେଠାରେ ପହଞ୍ଚିବାରୁ ଆସାମୀ ସେଠାରୁ ଚମ୍ପଟ ମାରିଥିଲା । ନାବାଳିକା ଚେତାଶୁନ୍ୟ ହୋଇଯିବାରୁ ତାକୁ ସଙ୍ଗେ ସଙ୍ଗେ ମୋରଡା ଡାକ୍ତରଖାନାକୁ ଚିକିତ୍ସାପାଇଁ ପରିବାରବର୍ଗ ଆଣିଥିଲେ । ଚିକିତ୍ସାପରେ ନାବାଳିକା ସୁସ୍ଥ ହୋଇଥିଲା । ତହିଁପରଦିନ ନାବାଳିକା ର ପିତା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ବାବଦରେ ମୋରଡା ଥାନାରେ କେସ ନମ୍ବର ୯୧/୧୪ ରେ ଏକ ମାମଲା ରୁଜୁ କରିବା ସହିତ ପୋଲିସ ଘଟଣାର ଅନୁସନ୍ଧାନ କରି ଆସାମୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆସାମୀ ୨୯-୯-୨୦୧୪ ରିଖ ପାଖରୁ ଗିରଫ ହୋଇ ବାରିପଦା ସର୍କଲ ଜେଲ ରେ ବିଚାରାଧିନ କଏଦୀ ଭାବେ ଥିବାବେଳେ ପରେ ସିଏ ଜିମାରେ ମୁକ୍ତ ହୋଇଥିଲା ।

ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ସାକ୍ଷୀ ଏବଂ ଆବଶ୍ୟକୀୟ ପ୍ରମାଣପତ୍ର କୁ ଭିତ୍ତି କରି ଚୁଡାନ୍ତ ରାୟ ପ୍ରକାଶ କରାଯାଇଅଛି । ଏଥି ସହିତ ପୀଡିତା କୁ କ୍ଷତି ପୂରଣ ବାବଦରେ ଏକ ଲକ୍ଷ ଟଙ୍କା ଜିଲା ଆଇନ ସେବା ସହାୟତା କତ୍ତୃପକ୍ଷ ଙ୍କୁ ପୈଠ କରିବା ପାଇଁ ଅଦାଲତ ପକ୍ଷରୁ ନର୍ଦ୍ଧେଶ ଦିଆଯାଇଅଛି । ଉକ୍ତ କେସକୁ ସରକାର ଙ୍କ ପକ୍ଷରୁ ସ୍ୱତନ୍ତ୍ର ପି ପି ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ ।