ବାରିପଦା :ପିଲାମାନଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ ତଥା ବୌଦ୍ଧିକ ଓ ବ୍ୟକ୍ତିତ୍ୱ ବିକାଶ ର ଲକ୍ଷ୍ୟ ନେଇ ଦଶମ ସଂସ୍କାର ଶିଶୁ ମହୋତ୍ସବ କାର୍ଯ୍ୟକ୍ରମ *ମୟୂରୀ* ତରଫରୁ ତିନି ଦିନିଆ ପ୍ରତିଯୋଗିତା ଓ କର୍ମଶାଳା ସ୍ଥାନୀୟ ମ୍ୟୁନିସପାଲିଟି ଶିଶୁ ଉଦ୍ୟାନ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ମ୍ୟୁନିସି ପାଲଟି ଗେଷ୍ଟ ହାଉସ ଠାରେ ପ୍ରତିଯୋଗୀଗୀଙ୍କ ପଞ୍ଜିକରଣ ଚାଲିଛି l
ନଭେମ୍ବର 14,15 ଓ 16 ତାରିଖରେ ହେବାକୁ ଥିବା ପ୍ରତିଯୋଗିତାରେ ନର୍ସରୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭାଗ ନେଇ ପାରିବେ। ଏହି ଅବସରରେ 14 ତାରିଖ ର ଉଦଘାଟନୀ ଦିବସରେ ପିଲାମାନଙ୍କ ମଧ୍ୟରେ ଯୋଗ, ରଙ୍ଗୋଲି, ମହା ମୃତ୍ୟୁଞ୍ଜୟ ମନ୍ତ୍ର, ମ୍ୟୁଜିକ ଚେୟାର, ପ୍ରାର୍ଥନା ପ୍ରତିଯୋଗିତା, ପ୍ରବନ୍ଧ ପ୍ରତିଯୋଗିତା , ଷ୍ଟାଣ୍ଡ ଅଫ କମେଡି ବା କମେଡି ତଡକା, ଫେନ୍ସି ଡ୍ରେସ୍ ପ୍ରତିଯୋଗିତା ଏବଂ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିପରି 15 ତାରିଖରେ ଆଲପନା, ଗୀତା ଶ୍ଲୋକ ଆବୃତ୍ତି, ବାଦ୍ୟ ଯନ୍ତ୍ର ପରିବେଷଣ, ସଙ୍ଗୀତ ପ୍ରତିଯୋଗିତା ସହ ଅଭିଭାବକ ମାନଙ୍କ ମଧ୍ୟରେ ଶଙ୍ଖ ଓ ହୁଳହୁଳି ପ୍ରତିଯୋଗିତା ଆୟୋଜିତ ହେବ। କାର୍ଯ୍ୟକ୍ରମ ର ଉଦଯାପନୀ ଦିବସ ଅର୍ଥାତ୍ ନଭେମ୍ବର 16 ତାରିଖରେ ଚିତ୍ରାଙ୍କନ, ଲିଖିତ ସାଧାରଣ ଜ୍ଞାନ, ତର୍କ ପ୍ରତିଯୋଗିତା, ସହ ଶ୍ରୀ ଜଗନ୍ନାଥାଷ୍ଟକଂ ପ୍ରତିଯୋଗିତା ଅନୁଷ୍ଠିତ ହେବ।
କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ନଭେମ୍ବର 10 ତାରିଖ ପର୍ଯ୍ୟନ୍ତ ଅପରାହ୍ନ 3 ଟା 30 ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ସ୍ଥାନୀୟ ମ୍ୟୁନିସପାଲିଟି ଗେଷ୍ଟ ହାଉସ ପରିସରରେ ନାମ ପଞ୍ଜିକରଣ କରିପାରିବେ। ସବିଶେଷ ଯୋଗାଯୋଗ ପାଇଁ ୯୭୭୭୩୨୩୬୯୨, ୮୨୪୯୬୬୧୭୫୪ ଏବଂ ୭୦୦୮୧୫୮୨୬୧ ନମ୍ୱରରେ ଯୋଗାଯୋଗ କରି ପାରିବେ।