Suresh Pujari Bjp

ବାତ୍ୟା ଦାନା କ୍ଷୟକ୍ଷତି: ୭ ଦିନ ଭିତରେ ଟଙ୍କା ବାଣ୍ଟିବେ ଜିଲ୍ଲାପାଳ

State

ଭୁବନେଶ୍ବର: ବାତ୍ୟା ଦାନାରେ ଯେଉଁମାନଙ୍କର କ୍ଷୟକ୍ଷତି ହୋଇଛି ସେମାନଙ୍କୁ ଆଗାମୀ ୭ ଦିନ ଭିତରେ ନିଜ ନିଜ ଜିଲ୍ଲାପାଳଙ୍କ ଠାରୁ ସହାୟତା ରାଶି ମିଳିଯିବ । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଏନେଇ ମନ୍ତ୍ରୀ କହିଛନ୍ତି, ଆସନ୍ତା ୭ ଦିନ ଭିତରେ ଲୋକଙ୍କୁ ବାତ୍ୟା କ୍ଷୟକ୍ଷତି ଟଙ୍କା ଦେବେ ଜିଲ୍ଲାପାଳ । ସଂଧ୍ୟା ସୁଦ୍ଧା ବିଭିନ୍ନ ଜିଲ୍ଲାକୁ ଅନଲାଇନରେ ଟଙ୍କା ପଠାଯିବ । ୭ ଦିନ ଭିତରେ ଜିଲ୍ଲାପାଳମାନେ ଲୋକଙ୍କୁ କ୍ଷତିପୂରଣ ଟଙ୍କା ଦେବେ ।

ଏଥିସହିତ ମନ୍ତ୍ରୀ କହିଛନ୍ତି,ଚୂଡ଼ାନ୍ତ ରିପୋର୍ଟ ଅନୁସାରେ ବାତ୍ୟା କ୍ଷତିର ପରିମାଣ ୪୨୩ କୋଟି  । ବାତ୍ୟା ଦାନାରେ ମୋଟ ୧୪ ଜିଲ୍ଲାର ୧୩୧ ବ୍ଲକର ୧୬୭୧ ପଞ୍ଚାୟତ । ସେହିପରି ୩୧ ସହରାଞ୍ଚଳର ୪୨୬ଟି ୱାର୍ଡ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛି । ୫୧୨ କୋଟିରୁ ଅଧିକ ଲୋକଙ୍କ ଧନସମ୍ପତି ନଷ୍ଟ ହୋଇଛି । ତେବେ ବାତ୍ୟା ଦାନା ପ୍ରଭାବରେ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡିକ ମଧ୍ୟରେ ଅନୁଗୁଳ, ବାଲେଶ୍ବର, ଭଦ୍ରକ, କଟକ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେଉଁଝର, ମୟୂରଭଞ୍ଜ, ନୟାଗଡ, ଖୋର୍ଦ୍ଧା ଏବଂ ପୁରୀ ।