Maa Taratarini Temple

ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିର ତାଲା ଭାଙ୍ଗି ଲୁଟ୍

State

ଗଞ୍ଜାମ: ଲୁଟେରାଙ୍କ ଟାର୍ଗେଟରେ ଏବେ ମନ୍ଦିର । ଲୁଟି ନେଉଛନ୍ତି ଠାକୁରଙ୍କ ଅଳଙ୍କାର ଓ ପୂଜା ସାମଗ୍ରୀ  ।  ଏହିଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲାରୁ ଆସିଛି । ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ମନ୍ଦିର ତାଲା ଭାଙ୍ଗି ଲୁଟ୍ କରିଛନ୍ତି ଲୁଟେରା । ଗତକାଲି ରାତିରେ ମନ୍ଦିର ତାଲା ଭାଙ୍ଗି ଅଳଙ୍କାର ଲୁଟିନେଇଛନ୍ତି ଦୁର୍ବୃତ୍ତ ।  ହୁଣ୍ଡି ଭାଙ୍ଗି ଟଙ୍କା ଓ ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ ।  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୁରୁଷୋତ୍ତମପୁର ଥାନା ପୋଲିସ ।

ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି, ଗତକାଲି ମଧ୍ୟ ରାତ୍ରରେ ଦୁର୍ବୃତ୍ତମାନେ ମନ୍ଦିରର ଗ୍ରିଲ ଭାଙ୍ଗି ଭିତରେ ପଶିଥିଲେ। ଏହାପରେ ସେମାନେ ମା’ଙ୍କ ରୂପା ମୁକୁଟ, ଛତ୍ରି, ସହ ବାହାର ହୁଣ୍ଡିରୁ ଲୁଟ କରିଥିଲେ। ସେମାନେ ପ୍ରାୟ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ଟଙ୍କା ନେଇ ଯାଇଥିବା ଜଣାଯାଇଛି।

ଏନେଇ ମନ୍ଦିରର ମୁଖ୍ୟ ପୂଜକ କହିଛନ୍ତି, ମନ୍ଦିରରେ ସିସିଟିଭି ବ୍ୟବସ୍ଥା ନାହିଁ । ମନ୍ଦିରର ସୁରକ୍ଷା ବ୍ୟବସ୍ଥା ପ୍ରତି ଟ୍ରଷ୍ଟ ଧ୍ୟାନ ଦେଉ ନ ଥିବାରୁ ଏପରି ଏକ ଘଟଣା ଘଟିଲା ବୋଲି ସେ କହିଛନ୍ତି   । ତେବେ ମା’ଙ୍କ ମନ୍ଦିରରେ କିପରି ଲୁଟେରାମାନେ କଳାକନା ବୁଲାଇଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଖବର ପ୍ରଚାରିତ ହେବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏମିତି ବାରମ୍ବାର ଲୁଟେରାମାନେ ମନ୍ଦିରକୁ ଟାର୍ଗେଟ କରୁଥିବା ବେଳେ ଏନେଇ ସ୍ଥାନୀୟ ଅଞ୍ଚଳବାସୀ ଚିନ୍ତାବ୍ୟକ୍ତ କରିଛନ୍ତି ।  ଅନ୍ୟପଟେ ପୋଲିସକୁ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି ଚୋର ।