ଭୁବନେଶ୍ୱର: ରାଜ୍ୟ ସରକାର ପଞ୍ଚାୟତ ସମିତି ସଭ୍ୟ ଓ ଉପାଧ୍ୟକ୍ଷଙ୍କ ଦରମା ବଢ଼ାଇଛନ୍ତି । ୭୫୦୦ ରୁ ୯୫୦୦ ଟଙ୍କାକୁ ଦରମା ବୃଦ୍ଧି କରିଛନ୍ତି । ଆସନ୍ତା ଏପ୍ରିଲ ୧ ତାରିଖରୁ ବର୍ଦ୍ଧିତ ଦରମା ଲାଗୁ ହେବ ।
ଗତକାଲି ଦରମା ବୃଦ୍ଧି ଦାବିରେ ପଞ୍ଚାୟତ ସମିତି ସଭ୍ୟ ରାଜଧାନୀ ଭୁବନେଶ୍ୱରରେ ବିଶାଳ ରାଲି କରିଥିଲେ । ସରପଞ୍ଚଙ୍କ ଭଳି ସମାନ ଦରମା ଓ ଅଧିକାର ଦାବିରେ ଆନ୍ଦୋଳନ କରିଥିଲେ । ସରପଞ୍ଚଙ୍କୁ ୧୦ ହଜାର ଆମକୁ କାହିଁକି ୭୫୦୦ ବୋଲି ରାଜ୍ୟସରକାରଙ୍କୁ ପ୍ରଶ୍ନ କରିଥିଲେ । ୩୦ଟି ଜିଲ୍ଲାର ୬ ହଜାର୭ଶହ ୯୮ ଜଣ ସମିତି ସଭ୍ୟ ବିଶାଳ ରାଲି କରିଥିଲେ ।