- ଉନ୍ନୟନମୂଳକ କାର୍ଯ୍ୟକୁ ପାଇଁ ଦେଲେ ପ୍ରତିଶ୍ରୁତି
ବାରିପଦା : ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ସୋମବାର ଦିନ ଶିମିଳିପାଳ ବନାଞ୍ଚଳର ଵରେହିପାଣି ଓ ଅସ୍ତକୁଆଁର ଗ୍ରାମପଞ୍ଚାୟତ ଅଞ୍ଚଳ ଗସ୍ତ କରିଥିଲେ l ସେଠାରେ ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ନିରୀକ୍ଷଣ, ଶିଳାନ୍ୟାସ ଏବଂ ଉଦଘାଟନ କରିଥିଲେ। ନିଜ ପୈତୃକ ଗାଁ ବଳରାମପୁରରେ ସାଧାରଣ ସଭାରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ଆଶ୍ୱାସନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ଉପନିର୍ଦ୍ଦେଶକ ସାଇ କିରଣ ଡିଏନ, ଯଶିପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଧବଚନ୍ଦ୍ର ବିରୁଆ ଓ ତହସିଲଦାର କ୍ରେସେନସିଆ ତିର୍କୀ, ସହକାରୀ ବନ ସଂରକ୍ଷକ ନିକେସ କୁମାର ମହାପାତ୍ର, କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ସହକାରୀ ନିର୍ବାହୀ ଯନ୍ତ୍ରୀ ପାଗଲା ମୁଣ୍ଡା ଓ କନିଷ୍ଠ ଯନ୍ତ୍ରୀ ନାଗେଶ୍ୱରୀ ମାର୍ଣ୍ଡି, ଅସ୍ତକୁଆଁର ସରପଞ୍ଚ ପ୍ୟାରୀ ଟୁଟି ଓ ସମିତିସଭ୍ୟ ମଙ୍ଗଲ ସିଂବିରୁଆ, ବରେହିପାଣି ସମିତି ସଭ୍ୟ ଜୁଝାର ବାନସିଂ, ବିଜେପି ଜିଲ୍ଲା ଉପ ସଭାପତି ବିପିନବିହାରୀ ମହାନ୍ତ, ଭାଲୁ ମହାନ୍ତି, କାଳୀଚରଣ ନାଏକ, ବାଜୁଚନ୍ଦନ ସିର୍କା, ମନ୍ତ୍ରୀଙ୍କ ଗଣମାଧ୍ୟମ ସଂଯୋଜକ ମନୋରଞ୍ଜନ ତିରିଆ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଅସ୍ତକୁଆଁରର ପୂର୍ବତନ ସରପଞ୍ଚ ମହାନ୍ତି ବିରୁଆ ପରିଚାଳନା କରିଥିଲେ।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ପ୍ରଥମେ ବରେହିପାଣି ପଞ୍ଚାୟତର ସାନଉସ୍କିରେ ଥିବା ଗୋଷ୍ଠୀକେନ୍ଦ୍ରକୁ ଉଦ୍ଘାଟନ କରିଥିଲେ। ଏହାପରେ ଅସ୍ତକୁଆଁର ପଞ୍ଚାୟତର ଗୋପୀନାଥପୁରଠାରେ 66 ଲକ୍ଷ 82 ହଜାର ଟଙ୍କା ବ୍ୟୟ ଅଟକଳର ଆଡିବନ୍ଧର ଶିଳାନ୍ୟାସ କରିଥିଲେ। ପରେ ବୁଢ଼ାବଳଙ୍ଗ ଗ୍ରାମ ଚତ୍ରୀସାହିର ବୁଢାବଳଙ୍ଗ ନଦୀରେ 454 ଲକ୍ଷ 90 ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ପୋଲର ଭିତ୍ତପ୍ରସ୍ତର ସ୍ଥାପନ କରିଥିଲେ। ଏହାପରେ ବୁଢାବଳଙ୍ଗ- ସାରୁଦା ଗ୍ରାମକୁ ସଂଯୋଗୀକରଣ ନିମନ୍ତେ 50 ଲକ୍ଷ ଟଙ୍କାରେ ନିର୍ମିତ ବୁଢ଼ାବଳଙ୍ଗ ନଦୀ ଉପରେ ସେତୁକୁ ମନ୍ତ୍ରୀ ଲୋକାର୍ପଣ କରିଥିଲେ l ବଳରାମପୁର-ଅସ୍ତକୁଆଁର ରାସ୍ତାର ଟୁଣ୍ଟା ନାଳ ଉପରେ ନିର୍ମାଣାଧୀନ ସେତୁ ଏବଂ ନଅଣାଠାରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ତରଫରୁ ନିର୍ମାଣାଧୀନ ନେଚର କ୍ୟାମ୍ପକୁ ନିରୀକ୍ଷଣ କରିଥିଲେ ।